www.samajalive.in
Saturday, December 6, 2025
16.1 C
Bhubaneswar

ମଦ ବୋଝେଇ ବୋଲେରୋ ଗାଡି ସହ ୩ଜଣ ଅଟକ

ନନ୍ଦପୁର: କୋରାପୁଟ ଜିଲା ନନ୍ଦପୁର ଥାନା ଅନ୍ତର୍ଗତ ଦେବ ଗନ୍ଧନା ଗ୍ରାମରେ ବିଦେଶୀ ମଦ ବୋଝେଇ ବୋଲେରୋ ଗାଡି ଜବତ ହୋଇଛି।  ଗାଁରେ ଛୋଟ ଛୋଟ ଦୋକାନକୁ ବିଦେଶୀ ମଦ ଯୋଗାଇ ଦେଉଥିବା ଅଭିଯୋଗରେ ଶନିବାର ମଦ ବୋଝେଇ ବୋଲେରୋ ଗାଡ଼ି ସମେତ ତିନି ଜଣଙ୍କୁ ଅଟକ ରଖି ପୁଲିସକୁ ସୂଚନା ଦେଇଥିଲେ ଗ୍ରାମବାସୀ। ସୂଚନା ପାଇ ଘଟଣାରେ ପହଞ୍ଚି ବୋଲେରୋ ଗାଡ଼ି ସମେତ ବିଦେଶୀ ମଦ ଜବତ କରିଛି ପୁଲିସ। ତିନି ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରାଯାଉଛି।
ଶନିବାର ସକାଳ ୭ଟାରେ ମଦ ବୋଝେଇ ଗାଡ଼ିକୁ ଅଟକ ରଖି ନନ୍ଦପୁର ପୁଲିସକୁ ସୂଚନା ଦେଇଥିଲେ ଦେବଗନ୍ଧନା ଗ୍ରାମବାସୀ। ପ୍ରାଥମିକ ସୂଚନାରୁ ନନ୍ଦପୁରରେ ଥିବା ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ମଦ ଦୋକାନରୁ ଏହି ମଦ ଗାଁ ଗାଁ କୁ ଚାଲାଣ ହେଉଥିଲା। ନନ୍ଦପୁର ପୁଲିସ ଥାନାଧିକାରୀ ମମତା ପଣ୍ଡାଙ୍କ ନେତୃତ୍ୱରେ ଘଟଣା ସ୍ଥଳରୁ ବୋଲେରୋ ଗାଡ଼ି, ତିନି ଜଣଙ୍କ ସମେତ ୨୫ ରୁ ଉର୍ଦ୍ଧ କାର୍ଟୁନ୍ ବିଦେଶୀ ମଦ ଜବତ କରି ଥାନାକୁ ଆଣି ତଦନ୍ତ କରୁଥିବା ସୂଚନା ମିଳିଛି। ଅପରାହ୍ନରେ ନନ୍ଦପୁର ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜବତ ମଦ ସମ୍ପର୍କରେ ସୂଚନା ଦେବେ ବୋଲି କୁହାଯାଇଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories