www.samajalive.in
Sunday, December 7, 2025
26.1 C
Bhubaneswar

ମୋଦୀଙ୍କ ‘ମନ୍‌ କୀ ବାତ୍‌’: କହିଲେ ଲକ୍‌ଡାଉନ ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ, ଅସୁବିଧା ପାଇଁ କ୍ଷମା ମାଗୁଛି

ନୂଆଦିଲ୍ଲୀ: ‘କରୋନା’ ଭୂତାଣୁ ସହିତ ଲଢ଼ିବା ପାଇଁ ଲକ୍‌ଡାଉନ ବ୍ୟତୀତ ଅନ୍ୟ କୌଣସି ୨ୟ ବିକଳ୍ପ ନାହିଁ। ତେଣୁ ଦେଶରେ ଲକ୍‌ଡାଉନ ଯୋଗୁ ଯେଉଁ ପରିସ୍ଥିତି ଉପୁଜିଛି ସେଥିପାଇଁ ଦୁଃଖିତ। ଗରିବମାନେ ଏଥିପାଇଁ ବହୁ ଅସୁବିଧାସର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ମୁଁ କ୍ଷମା ମାଗୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ କହିଛନ୍ତି।

ଚଳିତ ‘ମନ୍‌ କୀ ବାତ’ରେ ମୋଦୀ କେବଳ କରୋନା ଭୂତାଣୁ ଏବଂ ଲକଡାଉନ ବିଷୟରେ ଉଦବୋଧନ ଦେଇଥିଲେ। ମୋଦୀ କହିଥିଲେ, ଲକଡାଉନ ଯୋଗୁ ଉପୁଜିଥିବା ସମସ୍ୟା ପାଇଁ କ୍ଷମା ମାଗୁଛି। କିନ୍ତୁ ଭାରତକୁ ଏହି ଭୂତାଣୁକୁ ପରାଜିତ କରିବା ଲାଗି ଏଭଳି ପଦକ୍ଷେପ ଜରୁରୀ ଥିଲା। ଏହି ଅବସରରେ ମୋଦୀ କିଛି ଡାକ୍ତରଙ୍କ ସହିତ କଥା ହେବା ସହିତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନଙ୍କ ପ୍ରଶଂସା କରିଥିଲେ। ସ୍ବାସ୍ଥ୍ୟ କର୍ମଚାରୀମାନେ ବାସ୍ତବ ଜୀବନର ହିରୋ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହାବ୍ୟତୀତ କରୋନା ସନ୍ଦିଗ୍ଧ ଏବଂ ପୀଡ଼ିତଙ୍କ ସହିତ ହେଉଥିବା ଭେଦଭାବକୁ ନେଇ ସେ ଦୁଃଖ ପ୍ରକାଶ କରିଥିଲେ। ଆମକୁ ସାମାଜିକ ଦୂରତା ହ୍ରାସ କରିବାକୁ ହେବ ଏବଂ ଭାବପ୍ରବଣତା ଦୂର କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

- Advertisement -

ମୋଦୀ କହିଥିଲେ, କରୋନା ଭୂତାଣୁ ବିରୋଧରେ ଚାଲିଥିବା ଏହି ଯୁଦ୍ଧ ଅଭୂତପୂର୍ବ ଏବଂ ଚ୍ୟାଲେଞ୍ଜପୂର୍ଣ୍ଣ। ଏହି ସମୟରେ ନିଆଯାଉଥିବା ନିଷ୍ପତ୍ତି ଏପରି, ଯାହା ଦୁନିଆର ଇତିହାସରେ କେବେ ଦେଖିବା କିମ୍ବା ଶୁଣିବାକୁ ମିଳି ନ ଥିଲା। ଏହାକୁ ରୋକିବା ଲାଗି ଯେଉଁ ଉଦ୍ୟମ ହେଉଛି ତାହା ଭାରତକୁ ଏହି ମହାକାରୀଠାରୁ ବିଜୟ ଦେବ। ସୋସିଆଲ ମିଡିଆରେ ମୁଁ ଦେଖିୁଛି ଯେ କିଛି ଲୋକ ବର୍ଷ ବର୍ଷ ଧରି ଘରେ ପଡ଼ିଥିବା ତବଲା, ବୀଣା, ଭଳି ସଙ୍ଗୀତ ବାଦ୍ୟଯନ୍ତ୍ର ବାହାର କରି ନିଜର ସମୟ ବିତାଉଛନ୍ତି। ଆପଣମାନେ ବି ଏହା କରିପାରିବେ। ଆଜିର କଠିନ ସମୟରେ ବ୍ୟବସାୟୀ, ଡ୍ରାଇଭର, ବ୍ୟାଙ୍କିଂ କ୍ଷେତ୍ରର କର୍ମଚାରୀ ବିପଦକୁ ସାମ୍ନା କରି କାମ କରୁଛନ୍ତି। ଇ-କମର୍ସ କମ୍ପାନୀଗୁଡ଼ିକର ଲୋକ ବି ଏଭଳି ସମୟରେ ନିଜ କାମରେ ଲାଗିଛନ୍ତି। ଫୋନ ଏବଂ ଇଣ୍ଟରନେଟ ଆଦି ସେବାରେ ଅନେକ ଲୋକ କାମ କରୁଛନ୍ତି। ସମସ୍ତ ଦେଶବାସୀଙ୍କ ତରଫରୁ ଏହି କର୍ମଚାରୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories