www.samajalive.in
Monday, December 15, 2025
15.1 C
Bhubaneswar

ସାଇବେରିଆର ଥଣ୍ଡାପବନ ଯୋଗୁଁ ବରଫ ଚାଦରରେ ଘୋଡାଇ ହେଲା ଇଂଲଣ୍ଡ

ଲଣ୍ଡନ: ସାଇବେରିଆରୁ ପ୍ରବଳ ଥଣ୍ଡାପବନ ବୋହୁଛି । ଏଥିଯୋଗୁଁ ୟୁରୋପର ବିଭିନନ୍ ଦେଶରେ ତାପମାତ୍ରା ହ୍ରାସ ପାଇଛି । ଇଂଲଣ୍ଡର ଅନେକ ଅଂଶ ତୁଷାରପାତ ଯୋଗୁଁ   ବରଫ ଚାଦର ତଳେ ଘୋଡାଇ ହୋଇଯାଇଛି । ୨୦୧୦ ପରଠାରୁ ଏହି ତୁଷାରପାତ କାରଣରୁ ସବୁଠାରୁ ଅଧିକ ଆର୍ଥିକ କ୍ଷତି ହୋଇଛି । ୧୯୯୬ ମସିହାରେ ୧୮ ସେଣ୍ଟି ମଟର ଉଚ୍ଚର ଯେଉଁ ତୁଷାରପାତ ହୋଇଥିଲା ସେ ରେକର୍ଡ ବି କାଟିଛି । ପ୍ରବଳ ତୁଷାର ପାତ ଯୋଗୁଁ ରାସ୍ତାଘାଟରେ ବରଫ ଆସ୍ତରଣ ବସିଯାଇଛି । ଏଥଯୋଗୁଁ ପ୍ରଥମ ତିନମାସର ସଧାରଣ ଅଭିବୃଦ୍ଧି ହାର ପ୍ରଭାବିତ ହୋଇଛି । ଦିନକୁ ୮ ହଜାର କୋଟି ଟଙ୍କାର ବ୍ୟବସାୟିକ କ୍ଷତି ହେଉଥିବା ଆକଳନ କରାଯାଇଛି ।

ସାଇବେରିଆର ଏହି ଥଣ୍ଡା ପବନକୁ ଅନେକ ପୂର୍ବରୁ ଆସିଥିବା ପଶୁ ନାମରେ ଆଖ୍ୟା ଦେଇଛନ୍ତି ।  ଏହା ଯୋଗୁଁ ବିଭିନ୍ନ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ଏଥିଯୋଗୁଁ ପ୍ରଥମ ତ୍ରୈମାସିକର ଅଭିବୃଦ୍ଧିହାର ୦. ପ୍ରତିଶତ କମିଯିବ ବୋଲି ଆଶଙ୍କା କରାଯାଉଛି । ଏହି ତୁଷାରପାତ ଯୋଗୁଁ  ବିଭିନ୍ ଉଦ୍ୟୋଗ ସହ ବ୍ୟବସାୟ ବାଣିଜ୍ୟ ଓ ଯାନବାହାନ ଚଳାଚଳ ଏକ ପ୍ରକାର ଠପ୍‌ ହୋଇଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories