bjd gruha runa banner

ପୂରା ଦିଲ୍ଲୀରେ ୧୪୪ ଧାରା ଜାରି

BSKY banner  750×100

ନୂଆଦିଲ୍ଲୀ : କରୋନା ସଂକ୍ରମଣ ରୋକିବା ଲାଗି ଜାତୀୟ ରାଜଧାନୀ ଦିଲ୍ଲୀରେ ୧୪୪ ଧାରା ଜାରି କରାଯାଇଛି। ରବିବାର ରାତି ୯ଟାରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ୧୪୪ ଧାରା କରାଯାଇଛି। କୌଣସି ସ୍ଥାନରେ ୪ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ସାମାଜିକ ଦୂରତ୍ବ ରକ୍ଷା ପୂର୍ବକ ଲୋକମାନେ ଯେପରି ଘରେ ରହିବେ ସେଥିପାଇଁ ପ୍ରତିଷେଧକ ପଦକ୍ଷେପ ସ୍ବରୂପ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଦିଲ୍ଲୀ ସରକାର ତାଙ୍କ ନିର୍ଦେଶନାମାରେ ଉଲ୍ଲେଖ କରିଛନ୍ତି। ଦିଲ୍ଲୀରୁ ସମସ୍ତ ଘରୋଇ ଓ ଆନ୍ତର୍ଜାତିକ ବିମାନ ଉଡାଣ ବାତିଲ କରାଯାଇଛି। ଦିଲ୍ଲୀର ସୀମାକୁ ସମ୍ପୂର୍ଣ୍ଣ ସିଲ କରିଦିଆଯିବ। ରାସନ, କ୍ଷୀର ଓ ଔଷଧ ଦୋକାନ ଖୋଲା ରହିବ। ଦିଲ୍ଲୀ ପରିବହନ ନିଗମର ୨୫% ବସ୍ ଚଳାଚଳ କରିବ ବୋଲି ମୁଖମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି।

Comments are closed.