ପ୍ରଦୀପ୍ତ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

0

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନାଙ୍କୁ ପରିବର୍ତ୍ତନ କରାଯାଇଛି। ଶ୍ରୀ ଜେନାଙ୍କ ସ୍ଥାନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ଅବସ୍ଥାପିତ କରାଯାଇଛି। ଏସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ମହାପାତ୍ର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ। ସୂଚନାଯୋଗ୍ୟ ଯେ ଦୀର୍ଘଦିନ ଧରି ଶ୍ରୀମନ୍ଦିର ପରିଚାଳନାରେ ତ୍ରୁଟି ଏବଂ ଚାବି ହଜିବା ପ୍ରସଙ୍ଗକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଏବଂ ବିରୋଧୀମାନେ ସରକାରଙ୍କୁ ନାକେଦମ୍‍ କରିବା ପରେ ସରକାର ଶେଷରେ ଶ୍ରୀ ଜେନାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦରୁ ଅବ୍ୟାହତି ଦେଇଛନ୍ତି।

Leave A Reply