www.samajalive.in
Tuesday, December 9, 2025
16.1 C
Bhubaneswar

ନିର୍ମାଣଧିନ ଟୋଲ ପ୍ଲାଜାର ଅଣ୍ଡର ପାସରେ ପଡି ଯୁବକ ମୃତ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ଠାକୁରାଣୀ ଶାଳ ନିକଟରେ ନିର୍ମାଣଧିନ ଟୋଲ ପ୍ଲାଜାର ଅଣ୍ଡର ପାସରେ ପଡି ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ଯୁବକ ଜଣକ ଚିଲିଦା ଗ୍ରାମ ବେହେରା ସାହିର ବଳରାମ ମହାନ୍ତଙ୍କ ପୁଅ ପ୍ରଦୀପ ମହାନ୍ତବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ପ୍ରଦୀପ ଚେନ୍ନାଇର କୌଣସି ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଗ୍ରାମର ଅନ୍ୟ ଜଣେ ଯୁବକ ଚନ୍ଦନ ମୁଣ୍ଡାଙ୍କ ସହ ଗତକାଲି ରାତି ଟ୍ରେନ ଯୋଗେ ଘରକୁ ଫେରୁଥିଲେ। କେନ୍ଦୁଝରରେ ଟ୍ରେନରୁ ଓହ୍ଲାଇବା ପରେ ମୁରୁସୁଆଁ ପଞ୍ଚାୟତ ଭାଲୁପାହାଡି ଗ୍ରାମର ଯୋଗେଶ୍ୱର ମହାନ୍ତ ସେମାନଙ୍କୁ ଘରକୁ ନେବାକୁ ବାଇକ ଯୋଗେ କେନ୍ଦୁଝର ଷ୍ଟେସନରେ ପହଞ୍ଚି ଥିଲେ । ସେଠାରୁ ବାହାରିବା ପରେ କୌଣସି ଯାଗାରେ ମଦ୍ୟପାନ କରିଥିଲେ। ସମସ୍ତ ତିନିଜଣଙ୍କୁ ନିଶା ହୋଇଯାଇଥିବା ବେଳେ ପ୍ରଦୀପ ବାଇକ୍ ଚଳାଇବାକୁ ଜିଦ୍ କରି ବାଇକଟିକୁ ଚଳାଇ ଘରକୁ ଫେରିବା ରାସ୍ତାରେ ଖିରେଇଟାଙ୍ଗିରୀର ପ୍ରସ୍ତାବିତ ଟୋଲ ପ୍ଲାଜାର ପାଖାପାଖି ତିନିଶହ ମିଟର ପୂର୍ବରୁ ବାଇକରୁ ପଛରେ ବସିଥିବା ଯୋଗେଶ୍ୱର ଓ ଚନ୍ଦନ ଖସି ପଡ଼ିବାରୁ ତିନି ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

- Advertisement -

ଏଥିରେ ରାଗିଯାଇ ବାଇକ ରଖି ପ୍ରଦୀପ ମହନ୍ତ ଚାଲିଚାଲି ଆସୁଥିବା ସମୟରେ ଖିରେଇଟାଙ୍ଗିରୀ ଅଣ୍ଡରପାସ ଗାଢରେ ଖସିପଡି ପ୍ରାଣ ହରାଇଥିଲା। ରାସ୍ତାରେ ଖସି ପଡିଥିବା ଅନ୍ୟ ଦୁଇ ସାଙ୍ଗ ଝାଡିଝୁଡି ହୋଇ ପ୍ରଦୀପକୁ ଖୋଜି ସେଠାରେ ନପାଇ ସେଠାରୁ ବାଇକ୍ ଧରି ଚିଲିଦା ବାହାରିଥିଲେ । ବାଟରେ ସେମାନେ ପ୍ରଦୀପ ପାଇ ନଥିବା ଜଣାଇବା ସହ ତାଙ୍କରି ଘରେ ବିଶ୍ରାମ ନେଇଥିଲେ । ବୁଧବାର ସକାଳୁ ଅଣ୍ଡରପାସ ଗାଢରେ ପ୍ରଦୀପଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ଘଟଣାକୁ ନେଇ ଏଠାରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୁଲିସକୁ ପରିବାର ଲୋକେ ମୃତଦେହକପ ଉଠାଇବାକୁ ଦେଇ ନଥିଲେ । ଚମ୍ପୁଆ ଏସଡିପିଓ ହରିହର ପାଣି , ତୁରୁମୁଙ୍ଗା ଥାନା ଅଧିକାରୀ ବରେନ୍ଦ୍ର ଶିଅଳ , ପାଟଣା ତହସିଲର ଶିବପ୍ରସାଦ ମୁର୍ମୁ , ଆଇନଜୀବୀ ତଥା ପୂର୍ବତନ ଜିଲା ବିଜେପି ସଭାପତି ରାଧାକାନ୍ତ ମହାନ୍ତ ଦୀର୍ଘ ସମୟ ଧରି ଉତ୍ତେଜନାକୁ ପ୍ରସମିତ କରିବାକୁ ଚେଷ୍ଟା କରିଥିଲେ । ମୃତକ ପରିବାରକୁ ରେଡକ୍ରସ ତରଫରୁ ୧୦ହଜାର ଟଙ୍କା ଓ ରାସ୍ତା ନିର୍ମାଣ କାରୀ ମଣ୍ଟେକାର୍ଲୋ କମ୍ପାନୀ ପକ୍ଷରୁ ୧୫ହଜାର ଦିଆଯିବା ପରେ ପୁଲିସ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ପ୍ରଦୀପର ଦୁଇ ସାଥିଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories