କରୋନା ସତର୍କତା : ଲାଇନରେ ରହି ମଦ ଦୋକାନରେ ମଦ କିଣିବାକୁ ସରକାରଙ୍କ ନିର୍ଦେଶ

ଭୁବନେଶ୍ବର : ସରକାର କରୋନା ଭାଇରସ୍ ପାଇଁ ସତର୍କତା ମୂଳକଭାବେ ବିଭିନ୍ନ ପ୍ରକାର ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ସରକାରଙ୍କ ପକ୍ଷରୁ କରୋନା ଭାଇରସକୁ ରୋକିବା ପାଇଁ ଭିଡ ସ୍ଥାନକୁ ଯିବ ଉପରେ ବାରଣ କରାଯାଇଥିବା ବେଳେ ପରସ୍ପର ମଧ୍ୟରେ ଅତି କମରେ ୧ ମିଟର ଦୂରତ୍ବ ବଜାଇ ରଖିବାକୁ ନିର୍ଦେଶ ଦିଆଯାଇଛି। ଭିଡକୁ ରୋକିବା ପାଇଁ ହାଟ, ସପିଂମଲ୍ ଓ ସିନେମା ହଲ ବନ୍ଦ କରବା ପାଇଁ ନିର୍ଦେଶନାମା ଜାରି କରାଯାଇଥିଲା। ଏସବୁ ମଧ୍ୟରେ ରାଜ୍ୟରେ ରହିଥିବା ସମସ୍ତ ମଦ ଦୋକାନରେ କିନ୍ତୁ ପୂର୍ବପରି ଭିଡ ଲାଗିରହୁଥିଲା। ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ମଦ ଦୋକାନ ମାନଙ୍କ ପାଇଁ ଏବଂ ଗ୍ରାହକ ମାନଙ୍କ ପାଇଁ ଗାଇଡଲାଇନ ଜାରି କରାଯାଇଛି। ମଦ ଦୋକାନ ଆଗରେ ଭିଡ ନକରି ଲାଇନରେ ଛିଡା ହେବା ତାହା ପୁଣି ପରସ୍ପର ଠାରୁ ୧ ମିଟର ଦୂରତ୍ବ ରଖିବାକୁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏଥି ସହ ମଦ ଦୋକାନୀମାନେ ମଦ ବୋତଲ ଗ୍ରାହକଙ୍କୁ ଦେବା ପୂର୍ବରୁ ସାନିଟାଇଜ କରିବେ ଏବଂ ଗ୍ରାହକମାନେ ହାତ ସାନିଟାଇଜ କରି ମଦ କିଣିବେ। ଏଥି ନିମନ୍ତେ ମଦ ଦୋକାନିମାନେ ସେମାନଙ୍କ ଦୋକାନ ଆଗରେ ସାନିଟାଇଜର ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି।

Comments are closed.