ଆଜିଠାରୁ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରା ବନ୍ଦ
ଜମ୍ମୁ : କରୋନା ଜୀବାଣୁ ଯୋଗୁଁ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରା ମାର୍ଚ୍ଚ ୧୮ ଅର୍ଥାତ୍ ଆଜିଠାରୁ ବନ୍ଦ କରାଯାଇଛି। ଏହା ସହିତ ଜାମ୍ମୁ କାଶ୍ମୀରକୁ ଆସୁଥିବା ଏବଂ ଯାଉଥିବା ସମସ୍ତ ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି।
Department of Information and Public Relations, Government of Jammu & Kashmir: Shri Mata Vaishno Devi Yatra has been closed from today. Operations of all inter state buses, both incoming and outgoing from J&K, are banned from today. #Coronavirus pic.twitter.com/mAnaZ2nhfJ
— ANI (@ANI) March 18, 2020
ଏହାପୂର୍ବରୁ ଗତକାଲି ଅର୍ଥାତ୍ ମଙ୍ଗଳବାର ଦିନ ବୈଷ୍ଣୋ ଦେବୀ ଧାମରେ ଥିବା ଅର୍ଦ୍ଧକୁମାରୀ ପ୍ରାକୃତିକ ଗୁମ୍ଫାକୁ ବନ୍ଦ କରାଯାଇଥିଲା। ଅନ୍ୟପକ୍ଷରେ ଶ୍ରୀନଗର ଏନଆଇଟି ପରେ ମଙ୍ଗଳବାର ଦିନ ଜାମ୍ମୁରେ ଆଇଆଇଟି ଏବଂ ଆଇଆଇଏମ୍ ମଧ୍ୟ ବନ୍ଦ କରିଦିଆଯାଇଥିଲା। ସ୍ଥାନୀୟ ହଷ୍ଟେଲଗୁଡ଼ିକୁ ଖାଲି କରାଯାଇ ଛାତ୍ରମାନଙ୍କୁ ଘରକୁ ପଠାଇ ଦିଆଯାଇଥିଲା। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମୁବାରକ ମଣ୍ଡି ଡୋଗ୍ରା ଆର୍ଟ ମ୍ୟୁଜିୟମ ଏବଂ ଶ୍ରୀନଗର ଏସପିଏସ ସଂଗ୍ରହାଳୟକୁ ବନ୍ଦ ରଖାଯାଇଛି। ଏହାର ଅନୁସନ୍ଧାନ ଲାଇବ୍ରେରୀ ମଧ୍ୟ ବନ୍ଦ ରହିଛି। ସଚିବାଳୟ ମଧ୍ୟକୁ ସାଧାରଣ ଲୋକଙ୍କ ଗତିବିଧି ଉପରେ କଟକଣା ଲଗାଯାଇଛି। ଜାମ୍ମୁ ଏବଂ କାଠୁଆର ଡିସି କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅଫିସ୍ ବାହାରେ ବାକ୍ସ ରଖି ଲୋକଙ୍କ ଅଭିଯୋଗ ନିଆଯାଉଛି। ବାର୍ ଆସୋସିଏସନ୍ ମାର୍ଚ୍ଚ ୨୫ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।
Comments are closed.