ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା
ଅନୁଗୁଳ: ଅନୁଗୁଳ ଜିଲା ବଂଅରପାଳ ଅଞ୍ଚଳରେ ଜଣେ ନବ ବିବାହିତା ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ଋକ୍କଣି ନାୟକ। ଅପରପକ୍ଷରେ ତାଙ୍କୁ ହତ୍ୟା କରାଯାଇଥିବା ଋକ୍କଣୀଙ୍କ ବାପ ଘର ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଋକ୍କଣୀଙ୍କ ଘର ବଂଅରପାଳ ଥାନା ନୂଆହତା ଗ୍ରାମରେ। ୨ ମାସ ତଳେ ସନ୍ତପଡା ଗ୍ରାମରେ ଋକ୍କଣି ବିବାହ କରିଥିଲେ। ଶାଶୂ ଘରେ ତାଙ୍କୁ ନିର୍ୟାତନା ଦିଆଯାଉଥିବା ଅଭିଯୋଗ ହୋଇଛି।