ଭାଇଜାନ ଉପରେ ଗ୍ୟାଙ୍ଗଷ୍ଟାରଙ୍କ ନଜର

0

ହରିୟାଣା : ବଲିଉଡର ଭାଇଜାନ ସଲମନ ଖାନଙ୍କ ଉପରେ ଗ୍ୟାଙ୍ଗଷ୍ଟାରଙ୍କ ଦୃଷ୍ଟି ପଡିଛି। ହରିୟାଣାର କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ସଲମନ। ଏହି ମାମଲାରେ ହରିୟାଣା ଏକ ସ୍ୱତନ୍ତ୍ର ପୁଲିସ ଦଳ ସମ୍ପତ ନେହେରା ନାମକ ଜଣେ ଅଭିଯୁକ୍ତକୁ ହାଇଦ୍ରାବାଦରୁ ଗିରଫ କରିଛି। ହରିୟାଣା ପୁଲିସର କହିବାନୁଯାୟୀ, ସଲମନଙ୍କୁ କିପରି ଭାବରେ ଗୁଳିଚାଳନା କରି ହତ୍ୟା କରାଯିବ ତାହାର ସମ୍ପୁର୍ଣ୍ଣ ବ୍ଲୁ ପ୍ରିଣ୍ଟ ସମ୍ପତ ନେହେରା ପ୍ରସ୍ତୁତ କରିଥିଲା।
ଅଭିଯୁକ୍ତ ସମ୍ପତ ନେହେରା ଗ୍ୟାଙ୍ଗର ମୁଖ୍ୟ ଲରେନ୍ସ ବିଷ୍ଣୋଇ ନିର୍ଦେଶ ଅନୁସାରେ କାର୍ଯ୍ୟ କରୁଥିବା ପୁଲିସ କହିଛି। ଏହି ଗ୍ୟାଙ୍ଗ ମୁଖ୍ୟ ଲରେନ୍ସ ବିଷ୍ଣୋଇ କଳା ହରିଣ ଶୀକାର ମାମଲାରେ ସଂମ୍ପୃକ୍ତ ଥିବା ମମସ୍ତ ଅଭିଯୁକ୍ତକୁ ପୂର୍ବରୁ ଧମକାଇବାର ନଜିର ରହଥିଲା।
ସଲମନ ଖାନ ନିଜର ଘର ବାଲକୋନିରେ ଠିଆ ହୋଇ ନିଜର ପ୍ରଶସଂକ ମାନଙ୍କ ସହ କିପରି ମିଶୁଛନ୍ତି ତାହା ଉପରେ ନଜର ରଖି ସେ ଏହି ଆକ୍ରମଣ ଯୋଜନା କରିଥିଲା। ଗୁଳିଚାଳନା କରିବା ଆଗରୁ ସମ୍ପତ ନେହେରା ମେ ମାସରେ ଏହାର ଅନୁଧ୍ୟାନ କରିବା ପରେ ମୁମ୍ବାଇରେ ଏହାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ବୋଲି ପୁଲିସ ସୂଚନା ଦେଇଛନ୍ତି।
ଅଭିଯୁକ୍ତ ସମ୍ପତ ନେହେରା ନାମରେ ଚୋରି, ଡକାୟତି, ଅପହରଣ ଭଳି ସଙ୍ଗୀନ ମାମଲା ବିଭିନ୍ନ ଥାନାରେ ରହିଛି। ସୂଚନାଯୋଗ୍ୟ ଯେ, କଳାହରିଣ ଶୀକାର ମାମଲାରେ ଅପ୍ରିଲ ୫ତାରିଖରେ ଯୋଧପୁର କୋର୍ଟ ସଲମନଙ୍କୁ ପାଞ୍ଚ ବର୍ଷ ପାଇଁ ଦଣ୍ଡ ଶୁଣାଇଥିଲେ। ଜେଲରେ ଦୁଇ ଦିନ ପରେ ସଲମନ ଖାନଙ୍କୁ ଜାମିନ ମିଳିଥିଲା। ତେବେ ଏହାକୁ ନେଇ ହରିୟାଣାର ବିଷ୍ଣୋଇ ସମାଜ ଅସନ୍ତୋଷ ପ୍ରକାଶ କରିଥିଲା।

Leave A Reply