www.samajalive.in
Sunday, December 7, 2025
23.1 C
Bhubaneswar

୭ ଲକ୍ଷ ୭ ହଜାର ୨୩୦ ଟଙ୍କା ଜରିମାନା ସହ ଯାତ୍ରୀବାହୀ ବସ ଜବତ  

ବୌଦ୍ଧ: ସାରା ରାଜ୍ୟରେ ଗାଡି ଜରିମାନାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁଣି ବୌଦ୍ଧ ଆଳିକ ପରିବହନ ପକ୍ଷରୁ ଗୁରୁବାର ଦିନ ଏକ ଯାତ୍ରୀ ବାହୀ ଘରୋଇ ବସକୁ ବଡ ଧରଣର ଫାଇନ କାଟିଥିବା ଜଣାପଡିଛି ।

- Advertisement -

ସୂଚନା ଅନୁଯାୟୀ, ଗତ ୩ ତାରିଖ ଦିନ ବୌଦ୍ଧ ଆଳିକ ପରିବହନ ବିଭାଗ ଭୁବନେଶ୍ୱରରୁ ବୌଦ୍ଧକୁ ଆସୁଥିବା ଯାତ୍ରୀବାହି ବସ ମିନାରକୁ ୬ଲକ୍ଷ ୭୨ହଜାର ୪୪୫ ଟଙ୍କାର ଫାଇନ ପକାଯାଇଥିଲା । ପୁଣି ଆଜି ଆଉ ଏକ ଯାତ୍ରୀ ବାହି ବସ ଜୟ ମା ବୁଢୀ ମା ( ଓଆର -୦୩-ବି-୬୧୮୫) ବରଗଡ ଠାରୁ ବିନିକା , ସୋନପୁର ହୋଇ ବୌଦ୍ଧ ଜିଲାର ଖୁଗୋରାକୁ ଚଳପ୍ରଚଳ କରିଥାଏ । ବୌଦ୍ଧ ଆଳିକ ପରିବହନ ଟ୍ରାଫିକ ଇନ୍‌ସପେକ୍ଟର ସୁଧିର କୁମାର ଖାଲକେ ଓ କର୍ମଚାରୀ ମାନେ ଦିନ ୨ଟା ସମୟରେ ଖୁଗୋରା ପେଟ୍ରୋଲପମ୍ପ ନିକଟରେ ଗାଡିକୁ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲେ । ଉକ୍ତ ଘରୋଇ ବସ୍‌ର ରୋଡ ଟେକ୍ସ ବାବଦକୁ ୧.୯.୨୦୧୮ ଠାରୁ ୩୧.୩.୨୦୨୦ ପର୍ଯ୍ୟନ୍ତ ୬ଲକ୍ଷ ୭୪ ହଜାର ୭୩୦ ଟଙ୍କା, ଇନସୁରାନସ ବାବଦକୁ ୨୦୦୦ ଟଙ୍କା, ପରମିଟ ବାବଦକୁ ୧୦ ହଜାର ଟଙ୍କା, ପ୍ରଦୂଷଣ ବାବଦକୁ ୧୦ ହଜାର ଟଙ୍କା, ଡ୍ରାଇଭିଙ୍ଗ ଲାଇସେନସ ବାବଦକୁ ୫ ହଜାର ଟଙ୍କା , ଫିଟନେସ ବାବଦକୁ ୫ ହଜାର ଟଙ୍କା ଓ ଅନ୍ୟ ବାବଦକୁ ୫୦୦ଟଙ୍କା ଫାଇନ କାଟିଥିବା ଜଣାପଡିଛି । ଉକ୍ତ ଗାଡିକୁ ସମୁଦାୟ ୭ ଲକ୍ଷ ୭ ହଜାର ୨୩୦ ଟଙ୍କା ଫାଇନ କଟା ଯିବା ସହ ଗାଡିକୁ ଘାପଡା ଫାଣ୍ଡିରେ ରଖା ଯାଇଥିବା ବୌଦ୍ଧ ଆଳିକ ପରିବହନ ଅଧିକାରୀ ଅମରେଶ ପାତ୍ର ସୂଚନା ଦେବା ସହ ଗାଡିର ମାଲିକ ସୋନପୁର ଜିଲା ବିନିକାର ସଞ୍ଜିବ ସାହୁ ବୋଲି ପ୍ରକାଶ କରିଅଛନ୍ତି । ଏହି ଯାଞ୍ଚ ସମୟରେ ଟ୍ରାଫିକ ଇନ୍‌ସପେକ୍ଟର ସୁଧିର କୁମାର ଖାଲକେ ଓ କର୍ମଚାରୀମାନେ ସାମିଲ ଥିଲେ।

 

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories