କଟକରେ ହେବ ଜାତିସଂଘର ଇ-ପାଠାଗାର ଓ ସୂଚନା କେନ୍ଦ୍ର
କଟକ : ଦିଲ୍ଲୀ ସ୍ଥିତ ଜାତିସଂଘର ସୂଚନା କେନ୍ଦ୍ରର ଅଧିକାରୀମାନଙ୍କ ସହିତ ସୌହାର୍ଦ୍ଧ୍ୟ ପୂର୍ଣ୍ଣ ସାକ୍ଷାତକାର ସମୟରେ ଓଡିଶା ଜାତିସଂଘ, ଉଫନାର ମହାସଚିବ ଓ ଉଫୁନାର କାର୍ଯ୍ୟକାରିଣୀ ସଦସ୍ୟ ଡ.ଦ୍ୱୀପାୟନ ପଟ୍ଟନାୟକ କଟକଠାରେ ଜାତିସଂଘର ଏକ ପାଠାଗାର ଓ ସୂଚନା କେନ୍ଦ୍ର ସ୍ଥାପନା ପାଇ ଦେଇଥିବା ପ୍ରସ୍ଥାବକୁ ସୂଚନା କେନ୍ଦ୍ରର୍ ଅଧିକାରୀମାନେ ଗ୍ରହଣ କରି ନେଇଛନ୍ତିା ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନଙ୍କ ସହାୟତାରେ ଏହି କେନ୍ଦ୍ର କରାଯିବା ୟୁ.ଏନ୍.ଆଇ.ସି ଏଥିପାଇଁ ସମ୍ପୂର୍ଣ୍ଣ ବୈଷୟିକ ସାହାଯ୍ୟ ଯୋଗାଇଦେବ। ଏହି ପାଠାଗାରରେ ଜାତିସଂଘ ସହିତ ଭାରତର ଇତିହାସ ଓ ଜାତିସଂଘ ମଞ୍ଚରେ ମହାନ୍ ବ୍ୟକ୍ତିମାନଙ୍କ ବକ୍ତବ୍ୟ ସମ୍ବଳିତ ପୁସ୍ତକମାନ ରହିବ।ମାଆ ଓ ଭଉଣୀମାନଙ୍କର ଏହି ସାହସୀକତା ପଦକ୍ଷେପକୁ ଆମ୍ଭ ଗ୍ରାମବାସୀ ଓ ଗ୍ରାମ ପରିଚାଳନା କମିଟି ତାଙ୍କୁ ଶତଶତ ପ୍ରଣାମ ଜଣାଉଅଛିା ମାନବ ଅଧିକାର, ଶାନ୍ତି ଓ ନ୍ୟାୟ ପୃଥିବୀର ଇତିହାସ ସମ୍ବନ୍ଧର ପୁସ୍ତକମାନ ରହିବା ଏହାକୁ ଅଧ୍ୟୟନ କରିବାର ଇ-ପୁସ୍ତକ ଓ ଇଲାଇବ୍ରେରୀ ମଧ୍ୟ ରହିବା ଇତିହାସ ସମ୍ବଳିତ ପରିବର୍ତନଶୀଳ ଡିଜିଟାଲ ଫଟୋର ଏକ ବାରଣ୍ଡା ମଧ୍ୟ ତିଆରି ହେବା ଜାତିସଂଘର କାର୍ଯ୍ୟକାରୀ ନିର୍ଦ୍ଧେଶକ ଏହାକୁ ସମ୍ପୂର୍ଣ୍ଣରୂପରେଖ ଦେବା ଜାତିସଂଘର ସୂଚନା କେନ୍ଦ୍ରର ଲାଇବ୍ରେରୀ ମୂଖ୍ୟ ଆର୍.କେ.ଶର୍ମା, ଜାତିସଂଘ ବିଶ୍ବବିଦ୍ୟାଳୟରୁ ନିକଟରେ ସମ୍ମାନିତ ଡକ୍ଟରେଟ୍ ଉପାଧି ପାଇଥିବାରୁ ଡ.ଦ୍ୱୀପାୟନ ପଟ୍ଟନାୟକଙ୍କୁ ସମ୍ବର୍ନ୍ଧିତ କରିଥିଲେ।ଜାତିସଂଘ ଇତିହାସ ସମ୍ବଳିତ ଏକ ପୁସ୍ତକ ପ୍ରଦାନ କରିଥିଲେ। ଆଗାମୀ ଦିନରେ ଜାତିସଂଘର ଶଶକ୍ତୀକରଣ, ବିକାଶଲକ୍ଷ୍ୟ୨୦୨୦-୩୦ ଉଦ୍ଦେଶ୍ୟର ପ୍ରଚାର ପ୍ରସାର ଦିଗରେ ଉଫୁନାକୁ ଅଧିକ କାର୍ଯ୍ୟକରିବା ପାଇଁ ପରାମର୍ଶ ଦେଇଥିଲୋ ଓଡିଶାର ବିଶ୍ୱବିଦ୍ୟାଳୟମାନଙ୍କରେ ଛାୟା ଜାତିସଂଘର ଆୟୋଜନ ବ୍ୟାପକ ହେଉଥିବାରୁ ଗଭୀର ସନ୍ତୋଷ ପ୍ରକଟ କରିଥିଲୋ
Comments are closed.