www.samajalive.in
Sunday, December 7, 2025
26.1 C
Bhubaneswar

ବିକାଶ ନାଁରେ ବିନାଶ – ଆଦାୟ ହୋଇପାରୁନି ଆତ୍ମସାତ ଅର୍ଥ

ଲୋଇସିଂହା: ଗ୍ରାମାଞ୍ଚଳରେ ଗମନାଗମନର ବିକାଶ ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଅନୁଦାନ ଆସୁଥିବା ବେଳେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକରେ କିନ୍ତୁ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳି ନାହିଁ। ୨୦୧୪ରୁ ୨୦୧୬ ମଧ୍ୟରେ ଲୋଇସିଂହା ବ୍ଳକରେ ୪ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିବା ଅଡିଟ୍‍ ରିପୋର୍ଟ ସ୍ପଷ୍ଟ କରିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଏକ ପ୍ରକାର ବିକାଶମୂଳକ କାର୍ଯ୍ୟରେ ଅନ୍ତରାୟ ସୃଷ୍ଟି କରିଛି। ଅନ୍ୟ ପକ୍ଷରେ ସେହି ବ୍ଳକରେ କାର୍ଯ୍ୟରତ ଥିବା ତତ୍‍କାଳୀନ ବିଡିଓଙ୍କ ସମୟରେ ନିର୍ଦ୍ଦିଷ୍ଟ ଯୋଜନା ପାଇଁ ଆସିଥିବା ଉକ୍ତ ଅନୁଦାନ ରାଶିକୁ ଅନ୍ୟ କାମରେ ମନଇଚ୍ଛା ବିନିଯୋଗ କରିଥିଲେ।

ପୂର୍ବରୁ ବ୍ଳକର ରତାଖଣ୍ଡି ପଞ୍ଚାୟତର ବିରକେଲଠାରେ ଆଦାବାସୀ ଛାତ୍ରୀନିବାସ ନିର୍ମାଣ ପାଇଁ ଆସିଥିବା ୬୦ ଲକ୍ଷ ଟଙ୍କାକୁ ରାସ୍ତା ନିର୍ମାଣ କାମରେ ଲଗାଯାଇ ଅର୍ଥ ଆତ୍ମସାତ କରାଯାଇଥିବା ବେଳେ ବ୍ଳକର ବିଭିନ୍ନ ସାମଗ୍ରୀ ଖରିଦ୍‍ ସହ ଜେରସ୍କ, କମ୍ପ୍ୟୁଟର ଏବଂ ଏହାର ପରିଚାଳନା ପାଇଁ କର୍ମଚାରୀ ରହିଥିଲେ ହେଁ ଲକ୍ଷ ଲକ୍ଷ ଟଙ୍କାର ଜାଲ ବିଲ୍‍ କରାଯାଇଥିବା ଅଭିଯୋଗ ହୋଇଥିଲା। କଳାକାର ସଂଘ ପାଇଁ ଆସିଥିବା ୨ ଲକ୍ଷ ଟଙ୍କାର କୌଣସି ହିସାବ ମିଳୁ ନ ଥିବା ବେଳେ ବିଭିନ୍ନ ଯୋଜନାରେ ଆସିଥିବା ୪ କୋଟିରୁ ଊର୍ଦ୍ଧ୍ବ ଅର୍ଥ ବେଆଇନ ଭାବରେ ଖର୍ଚ୍ଚ କରାଯାଇଥିବା ଅଡିଟ ରିପୋର୍ଟରୁ ଜଣାପଡିଛି। ତେବେ ଅନିୟମିତ ଖର୍ଚ ହୋଇଥିବା ଅର୍ଥ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଆଦାୟ କରିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ କୌଣସି ଫଳ ମିଳି ପାରିନାହିଁ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories