୧୯୯୯ରେ ଭାରତ ବିପକ୍ଷରେ ଯୁଦ୍ଧ ନକରିବା ପାଇଁ ପାକିସ୍ତାନକୁ ଚେତାବନୀ ଦେଇଥିଲା ଆମେରିକା
ନ୍ୟୁୟର୍କ : ୧୯୯୯ ମସିହାରେ କାରଗିଲ୍ ଯୁଦ୍ଧ ସମୟରେ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାର ଯୋଜନା କରିଥିଲା । ସମ୍ପୂର୍ଣ୍ଣ ଭାବେ ଯୁଦ୍ଧ କରିବା ପାଇଁ ପାକିସ୍ତାନର ସରକାର ଓ ସେନା ଯୋଜନା କରିଥିଲେ । କାରଗିଲ୍ରେ ଭାରତର ସେନା ଆତଙ୍କବାଦୀମାନଙ୍କୁ ମୂଳପୋଛ କରୁଥିବା ସମୟରେ ପାକିସ୍ତାନ ସରକାର ଓ ସେନା ଯୁଦ୍ଧ ପାଇଁ ପ୍ରସ୍ତୁତି ଚଳାଇଥିଲେ । ଏହି ସମୟରେ ଯୁଦ୍ଧ ହେଲେ ଋଷ ଓ ଚୀନ୍ ବି ଯୁଦ୍ଧରେ ସାମିଲ ହୋଇ ଯିବେ ବୋଲି ଆମେରିକାରେ ଆଶଙ୍କା ପ୍ରକାଶ ପାଇଥିଲା। ଏହି ସମୟରେ ବିଲ୍ କ୍ଲିଣ୍ଟନ ଆମେରିକାର ରାଷ୍ଟ୍ରପତି ଥିଲେ । ସେ ପାକିସ୍ତାନକୁ ଯୁଦ୍ଧ ନ କରିବା ପାଇଁ ପରାମର୍ଶ ଦେଇଥିଲେ। ପାକିସ୍ତାନ ଯୁଦ୍ଧ ପାଇଁ ଆଗଭର ହେଲେ ପରିସ୍ଥିତ ଭୟଙ୍କର ହେବେ ବୋଲି କ୍ଲିଣ୍ଟନ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫଙ୍କୁ ଚେତାବନୀ ଦେଇଥିଲେ।