www.samajalive.in
Sunday, December 14, 2025
23.1 C
Bhubaneswar

ନିଜ ପାଖରେ ୧୧ଟି ବିଭାଗ ରଖିଲେ କୁମାରସ୍ୱାମୀ

ବେଙ୍ଗାଲୁରୁ :  ବିଭାଗ ବଣ୍ଟନକୁ ନେଇ କର୍ଣ୍ଣାଟକରେ ଅସନ୍ତୋଷ ଲାଗି ରହିଛି । ଉଭୟ କଂଗ୍ରେସ ଓ ଜେଡିଏସ୍‍ ନେତାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ତେବେ ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ଏଚ୍‍. ଡି କୁମାରସ୍ୱାମୀ ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ସମେତ ମୋଟ ୧୧ଟି ବିଭାଗ ସେ ନିଜ ଅଧୀନରେ ରଖିଛନ୍ତି। ଶକ୍ତି, ଭିତ୍ତିଭୂମି ବିକାଶ, ଉତ୍ପାଦ ଶୁଳ୍ପ, ସୂଚନା ଓ ଲୋକସମ୍ପର୍କ ବିଭାଗ ତଥା ଗୁଇନ୍ଦା ବିଭାଗ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ରହିଛି।

ଗୁଇନ୍ଦା ବିଭାଗ ଯେଉଁ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରେ ତାହା ଉପ-ମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱରଙ୍କ ଅଧୀନରେ ରହିବ। ଏଥିସହ ବେଙ୍ଗାଲୁରୁ ଉନ୍ନୟନ ମନ୍ତ୍ରଣାଳୟ ମଧ୍ୟ ପରମେଶ୍ୱରଙ୍କ ଦାୟିତ୍ୱାଧୀନ ରହିବ। ପୂର୍ବରୁ ଗୃହ ମନ୍ତ୍ରୀ ଥିବା କେ.ଜେ ଜର୍ଜଙ୍କୁ ଏଥର ଶିଳ୍ପ ବିଭାଗ ଏବଂ ସୂଚନା ପ୍ରଯୁକ୍ତି ଓ ବାୟୋଟେକ୍ନୋଲୋଜି ବିଭାଗ ମିଳିଛି। କୁମାରସ୍ୱାମୀଙ୍କ ଭାଇ ଏଚ୍‍.ଡି ରେବଣାଙ୍କୁ କାର୍ମିକ ବିଭାଗ ପ୍ରଦାନ କରାଯାଇଛି। ବିଭାଗ ବଣ୍ଟନକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା କୁମାରସ୍ୱାମୀ ଗୁରୁବାର ସ୍ୱୀକାର କରିଥିଲେ।

- Advertisement -

କଂଗ୍ରେସର ବରିଷ୍ଠ ନେତା ଡି. କେ ଶିବକୁମାରଙ୍କୁ ଜଳସେଚନ ଏବଂ ମେଡିକାଲ ଶିକ୍ଷା ବିଭାଗ ମିଳିଥିବାବେଳେ କଂଗ୍ରେସ ନେତା ଆର୍‍. ଭି ଦେଶପାଣ୍ଡେଙ୍କୁ ରାଜସ୍ୱ ଏବଂ ଦକ୍ଷତା ବିଭାଗ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଛି। ବରିଷ୍ଠ କଂଗ୍ରେସ ନେତା ମଲିକାର୍ଜୁନ ଖଡ୍‍ଗେଙ୍କ ପୁଅ ପ୍ରିୟଙ୍କ ଖଡ୍‍ଗେଙ୍କୁ ସାମାଜିକ କଲ୍ୟାଣ ବିଭାଗ, କୃଷ୍ଣା ବିରୋ ଗୌଡାଙ୍କୁ ଆଇନ ଏବଂ ସଂସଦୀୟ ବ୍ୟାପାର ବିଭାଗ ମିଳିଛି। କ୍ୟାବିନେଟ୍‍ର ଏକମାତ୍ର ମହିଳା ମନ୍ତ୍ରୀ ଜୟମାଳାଙ୍କୁ ମହିଳା ଓ ଶିଶୁ ବିକାଶ ଏବଂ କନ୍ନଡ ଓ ସଂସ୍କୃତି ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇିଛି; କିନ୍ତୁ ବିଭାଗ ବଣ୍ଟନରେ ଅନ୍ୟାୟ ହୋଇଛି ବୋଲି କଂଗ୍ରେସ ନେତା ଖଡ୍‍ଗେ ଅଭିଯୋଗ କରିଛନ୍ତି । ଏହି ତ୍ରୁଟି ସୁଧାରିବା ଆବଶ୍ୟକ ବୋଲି ଦର୍ଶାଇ ସେ କହିଛନ୍ତି, ଅନ୍ୟାୟ ସତ୍ତ୍ବେ ସମସ୍ତ କଂଗ୍ରେସ ନେତା ଏକଜୁଟ ହୋଇ ଦଳପ୍ରତି ସେମାନଙ୍କ ଆନୁଗତ୍ୟ ରକ୍ଷା କରିବେ। ଜେଡିଏସ୍‍ ଏବଂ କଂଗ୍ରେସ ମଧ୍ୟରେ ବୁଝିବିଚାରି ବିଭାଗ ବଣ୍ଟନ ନିଷ୍ପତ୍ତି ହୋଇଛି । ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ନିମନ୍ତେ ଦଳୀୟ ନେତାଙ୍କୁ କିଛି ତ୍ୟାଗ କରିବାକୁ ପଡିବ। ଅସନ୍ତୁଷ୍ଟ ନେତାମାନେ ଏ ବିଷୟରେ ନିଶ୍ଚିତ ଆଲୋଚନା କରିବେ। ବିଭାଗ ବଣ୍ଟନକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିରବତା ଅବଲମ୍ବନ କରିଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories