ବିନା ପରୀକ୍ଷାରେ ମିଳୁଛି ନମ୍ବର

0

ପାଟ୍‍ନା: ବିହାର ଦ୍ୱାଦଶ ଶ୍ରେଣୀରେ ପରୀକ୍ଷା ଦେଇ ନଥିଲେ ମଧ୍ୟ ପରୀକ୍ଷାର୍ଥୀଙ୍କୁ ମିଳିଛି ନମ୍ବର। ଆଉ କେତେଜଣ ପରୀକ୍ଷାର୍ଥୀଙ୍କୁ ମିଳିଛି ୧୦୦%ରୁ ଊଦ୍ଧ୍ୱର୍ ନମ୍ବର। ପ୍ରାୟ ଦୁଇ ବର୍ଷ ତଳେ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ପରୀକ୍ଷାର୍ଥୀଙ୍କ ଯୋଗ୍ୟତାକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଏବେ ପୁଣି ଥରେ ପରୀକ୍ଷା ନମ୍ବରରେ ବିଭ୍ରାଟକୁ ନେଇ ବିବାଦ ଉଠିଛି।
ବିହାର ଅରୱାଲ୍‍ ଜିଲାର ଭୀମକୁମାର ନାମକ ଜଣେ ଛାତ୍ର ଗଣିତ ପ୍ରଥମ ଭାଗରେ ମୋଟ ୩୫ରୁ ୩୮ ନମ୍ବର ରଖିଥିବା ବେଳେ ଦ୍ୱିତୀୟ ଭାଗରେ ୩୫ରୁ ୩୭ ରଖିଛନ୍ତି। ବିହାରରେ ଏହା ଏକ ଚିରାଚରିତ ଧାରା ପାଲଟି ଯାଇଥିବାରୁ ମାର୍କ ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇ ନ ଥିବା ଭୀମକୁମାର କହିଛନ୍ତି। ସେହିପରି ପୂର୍ବ ଚମ୍ପାରଣ ଜିଲାର ସନ୍ଦୀପ ରାଜ ନାମକ ଜଣେ ପରୀକ୍ଷାର୍ଥୀ ପଦାର୍ଥ ବିଜ୍ଞାନର ଥିଓରି ପରୀକ୍ଷାରେ ୩୫ ରୁ ୩୮ ନମ୍ବର ରଖିଥିବା ବେଳେ ଇଂରାଜୀ ଓ ମାତୃଭାଷା ହିନ୍ଦୀରେ ଶୂନ୍‍ ମିଳିଛି। ଦରଭଙ୍ଗା ଅଞ୍ଚଳର ରାହୁଲ୍‍ କୁମାରଙ୍କୁ ଗଣିତରେ ମୋଟ୍‍ ୩୫ରୁ ୪୦ ନମ୍ବର ମିଳିଛି। ବୈଶାଳୀ ଅଞ୍ଚଳର ଜାହ୍ନବୀ ସିଂହ ଜୀବବିଜ୍ଞାନ ପରୀକ୍ଷା ଦେଇ ନଥିଲେ ମଧ୍ୟ ତାଙ୍କୁ ୧୮ ନମ୍ବର ମିଳିଛି।

kalyan agarbati
Leave A Reply