ନିମ୍ବ ଗଛର ବୈଜ୍ଞାନିକ ଓ ଧାର୍ମିକ ମହତ୍ତ୍ଵ

0

ନିମ୍ବଗଛରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ଅଟେ । ନିମ୍ବ ଗଛର ପତ୍ର ଓ ଫୁଲକୁ ଆମେ ବିଭିନ୍ନ ଉପାୟରେ ବ୍ୟବହାର କରିଥାଉ ।

ଏହା ଦ୍ବାରା ଅନେକ ରୋଗ ଦୂର ହେବା ସହ ସଂକ୍ରାମକ ରୋଗରୁ ରକ୍ଷା କରେ । ଏସବୁ ଥିଲା ନିମ୍ବର ଔଷଧୀୟ ଗୁଣ, ଏବେ ଆସନ୍ତୁ ଜାଣିବା ଏହାର ଧାର୍ମିକ ମହତ୍ତ୍ଵ କ’ଣ ରହିଛି ।


ନିମ୍ବ ଗଛର ଧାର୍ମିକ ମହତ୍ତ୍ୱ: 
ଦେବୀଶକ୍ତିର ଉପାସନା ପାଇଁ ନିମ୍ବଗଛର ବହୁତ ପ୍ରୟୋଗ କରାଯାଇଥାଏ ।
ନିମ୍ବ ପତ୍ରରେ ମା’ କାଳୀଙ୍କୁ ପୂଜା କରାଯାଏ ।
ଜ୍ୟୋତିଷ ଶାସ୍ତ୍ରରେ ନିମ୍ବଗଛର ସମ୍ବନ୍ଧ ଶନିଦେବଙ୍କ ସହ ରହିଛି ।
ଶନିଦେବଙ୍କ କୋପରୁ ରକ୍ଷା ପାଇବା ପାଇଁ ନିମ୍ବଗଛର କାଠରେ ହୋମ କରିବା ଜରୁରୀ ଅଟେ ।
ନିମ୍ବ ପତ୍ରକୁ ଫୁଟାଇ ଗାଧୋଇଲେ କେତୁ ଗ୍ରହ ଦ୍ୱାରା ଉପୁଜୁଥିବା ସମସ୍ୟାରୁ ମୁକ୍ତି ମିଳେ ।
ନିମ୍ବ ଡ଼ାଳରୁ ପ୍ରସ୍ତୁତ ଯନ୍ତ୍ର ଅତ୍ୟନ୍ତ ପ୍ରଭାବଶାଳୀ ଅଟେ ।

 

ନିମ୍ବଗଛର ବିଶେଷ ପ୍ରୟୋଗ:
ନିମ୍ବଗଛ ଏପରି ସ୍ଥାନରେ ଲଗାନ୍ତୁ ଯେପରି ନିମ୍ବଗଛର ପବନ ଘରର ସବୁ ସ୍ଥାନରେ ପହଞ୍ଚି ପାରିବ ।


ଘରର ମୁଖ୍ୟ ଦ୍ୱାରରେ ନିମ୍ବଗଛ ରହିବା ଶୁଭ ଅଟେ ।
ନିମ୍ବ ତେଲ ଓ ଛାଲ କୁଷ୍ଠରୋଗରୁ ରକ୍ଷା କରିଥାଏ ।


ନିମ୍ବ ପତ୍ର ଘରର ମୁଖ୍ୟ ଦ୍ୱାରରେ ଲଗାଇଲେ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରିପାରି ନଥାଏ ।

Leave A Reply