www.samajalive.in
Sunday, December 7, 2025
13.1 C
Bhubaneswar

ଦିଲ୍ଲୀ ହିଂସା ପ୍ରସଙ୍ଗକୁ ନେଇ ଅଚଳାବସ୍ଥା – ସଂସଦର ଉଭୟ ଗୃହ ମୁଲତବୀ

ସମାଜ ପୋର୍ଟାଲ ଡେସ୍କ: କ୍ରମାଗତ ଭାବେ ଆଜି ଦ୍ୱିତୀୟ ଦିନ ମଧ୍ୟ ଦିଲ୍ଲୀ ହିଂସା ପ୍ରସଙ୍ଗରେ ବିରୋଧୀ ଦଳର ସଦସ୍ୟଙ୍କ ଦ୍ୱାରା ହୋ ହଲ୍ଲା ଯୋଗୁ ସଂସଦର ଉଭୟ ଗୃହରେ କୌଣସି କାର୍ଯ୍ୟ ସମ୍ଭବପର ହୋଇପାରିନାହିଁ। ଫଳରେ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଅପରାହ୍ନ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଦିଲ୍ଲୀ ହିଂସା ଉପରେ ଲୋକସଭାରେ ଆଲୋଚନା ଦାବି କରି ବିରୋଧ ପ୍ରଦର୍ଶନ ପରେ ବାଚସ୍ପତି ମଧ୍ୟାହ୍ନ ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ ଓ ପୁନର୍ବାର ଗୃହ କାର୍ଯ୍ୟ ଆରମ୍ଭ କରିବା ମାତ୍ରେ ବିରୋଧୀ ସଦସ୍ୟମାନେ ପୁନର୍ବାର ସରକାର ବିରୋଧୀ ସ୍ଲୋଗାନ ସହ ହୋ ହଲ୍ଲା କରିଥିଲେ ଯାହା ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ, ଡିଏମକେ, ଟିଏମସି, ବାମପନ୍ଥୀ, ବିଏସପି ଏବଂ ଏସପି ସମେତ ବିରୋଧୀ ସଦସ୍ୟମାନେ ଦିଲ୍ଲୀ ହିଂସା ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ବାଚସ୍ପତି ଓମ ବିର୍ଲା କହିଥିଲେ ଯେ ଗୃହ ଚଳାଇବାକୁ ଅନୁମତି ଦିଆଯିବା ଉଚିତ ଏବଂ ଏହି ପ୍ରସଙ୍ଗ ପ୍ରଶ୍ନ କାଳ ପରେ ବିଚାରକୁ ନିଆଯିବ। ତେବେ ବିରୋଧୀ ସଦସ୍ୟମାନେ ସେମାନଙ୍କ ଦାବିରୁ ଓହରିନଥିଲେ ଏବଂ ସରକାର ମଧ୍ୟ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି।

- Advertisement -

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ଏହି ପ୍ରସଙ୍ଗ ଶୂନ୍ୟ କାଳରେ ଆଲୋଚନା ପାଇଁ ଗ୍ରହଣ କରାଯାଇପାରିବ। ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ଆଲୋଚନା କରିବା ନେଇ ସରକାରଙ୍କର କୌଣସି ଆପତ୍ତି ନାହିଁ ଏବଂ ହିଂସା ପ୍ରଭାବିତ ଅଞ୍ଚଳରେ ସ୍ୱାଭାବିକତା ଫେରାଇ ଆଣିବା ହେଉଛି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଅନ୍ୟ ପକ୍ଷରେ ବାଚସ୍ପତି ଓମ ବିର୍ଲା ଚେତାବନୀ ଦେଇଛନ୍ତି ଯେ ଯଦି ବିରୋଧୀ ଦଳର ସଦସ୍ୟମାନେ ଟ୍ରେଜେରୀ ବେଞ୍ଚ ଆଡକୁ ପାର ହେବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କୁ ସଂସଦର ଚଳିତ ଅଧିବେଶନର ବଳକା କାର୍ଯ୍ୟଦିବସରେ ଭାଗ ନେବାକୁ ଦିଆଯିବ ନାହିଁ। ଗୃହରେ ପ୍ଲାକାର୍ଡ ପ୍ରଦର୍ଶନ ନେଇ ମଧ୍ୟ ସେ ଆପତ୍ତି କରିଛନ୍ତି।

ରାଜ୍ୟସଭାରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଫଳରେ ଅଧ୍ୟକ୍ଷ ଗୃହକୁ ଅପରାହ୍ନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର ତାଙ୍କ ମନ୍ତ୍ରଣାଳୟ ସମ୍ବନ୍ଧୀୟ ତଥ୍ୟ ଉପସ୍ଥାପନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କିଛି କଂଗ୍ରେସ ସଦସ୍ୟ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ତାଙ୍କ ମନ୍ତବ୍ୟକୁ ବିରୋଧ କରି ହୋ ହଲ୍ଲା କରିଥିଲେ। ପରେ ଉଭୟ ସରକାରୀ ଓ ବିରୋଧୀ ସଦସ୍ୟଙ୍କ ମଧ୍ୟରେ ବାଦାନୁବାଦ ହେବାରୁ ଅଧ୍ୟକ୍ଷ ଏମ. ଭେଙ୍କୟା ନାଇଡୁ ଗୃହ ମୁଲତବୀ ଘୋଷଣା କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories