www.samajalive.in
Sunday, December 7, 2025
15.1 C
Bhubaneswar

ତେଲେଙ୍ଗାନାରେ ୬ ଓଡ଼ିଆ ଦାଦନ ଶ୍ରମିକଙ୍କୁ ନିର୍ଯାତନା

ଖପ୍ରାଖୋଲ: ଖପ୍ରାଖୋଲ ଥାନା ଅନ୍ତର୍ଗତ କର୍ଲାକୁଟୁଣା ଗ୍ରାମର ଗୋଟିଏ ପରିବାରର ୬ ଜଣ ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବାବେଳେ ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯାଉଛି। ସମସ୍ତେ ଗୋଟିଏ ଇଟାଭାଟିରେ କାମ କରୁଥିବାବେଳେ ଭାଟି ମାଲିକ ଓ ମୁନ୍‌ସୀ ସେମାନଙ୍କୁ ମାଡ଼ ମାରିବା ସହିତ ଅକଥନୀୟ ନିର୍ଯାତନା ଦେଉଛନ୍ତି। ସେମାନଙ୍କୁ ସବୁବେଳେ କାମ କରିବାକୁ ବାଧ୍ୟ କରାଯାଉଛି। ନ ହେଲେ ଜୀବନରେ ମାରିଦେବାକୁ ମଧ୍ୟ ଇଟାଭାଟି ମାଲିକ ଧମକ ଦେଉଛନ୍ତି। ସେମାନଙ୍କୁ ଓଡ଼ିଶା ଫେରାଇ ଆଣିବା ଲାଗି ଶ୍ରମିକମାନେ ଆକୁଳ ନିବେଦନ କରିଛନ୍ତି।

ନିର୍ଯାତନାର ଶିକାର ଶ୍ରମିକମାନେ ଓଡ଼ିଶାରେ ଥିବା ସେମାନଙ୍କ ପରିବାର ଲୋକଙ୍କୁ ମୋବାଇଲରେ ଅଡିଓ ମେସେଜ ପଠାଇଛନ୍ତି। ଏହି ମେସେଜ ଭାଇରାଲ ହେବା ସହିତ ଏହା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ଖବରରୁ ଜଣାପଡିଛି , କର୍ଲାକୁଟୁଣା ଗ୍ରାମର ଜଗବନ୍ଧୁ ବାଗ, ତାଙ୍କର ଦୁଇ ପତ୍ନୀ ସଜନୀ ବାଗ ଏବଂ ମନ୍ଦାର ବାଗ, ଦୁଇ ପୁତ୍ର ପବିତ୍ର ବାଗ ଏବଂ ଟେକଧର ବାଗଙ୍କ ସହିତ ଆଠ ବର୍ଷର ଝିଅ ହଂସାଦେଈ ବାଗ ଗତ କାର୍ତ୍ତିକ ମାସରୁ ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଛନ୍ତି। ବେଲପଡାର ଜଣେ ଦାଦନ ସର୍ଦ୍ଦାର ସେମାନଙ୍କୁ ସେଠାକୁ ପଠାଇଥିବା ଜଣାପଡ଼ିଛି। ଶ୍ରମିକମାନେ ତେଲେଙ୍ଗାନାର କାଙ୍ଗ୍ରା ଡାବରଗୁଡାର ଏଲଏନବି ବ୍ରିକ୍ସର ମାଲିକ ଡନ ସିନ୍ଧୁଙ୍କ ଇଟାଭାଟିରେ କାମ କରୁଛନ୍ତି। ଗତ କିଛିଦିନ ହେଲାଣି ସେମାନଙ୍କୁ ଇଟାଭାଟି ମାଲିକ ଏବଂ ମୁନ୍‌ସୀ ଠିକ୍‌ଭାବେ ଖାଇବାକୁ ଦେଉ ନ ଥିବା ସହ ଔଷଧପତ୍ର ଦେଉ ନାହାନ୍ତି। ଅନ୍ୟପକ୍ଷରେ ସେମାନଙ୍କୁ ଜୋର ଜବରଦସ୍ତି ଦିନରାତି ଖଟାଉଛନ୍ତି। ସେମାନଙ୍କୁ ଗାଳିଗୁଲଜ ଏବଂ ମାରପିଟ କରିବା ସହିତ ବିଭିନ୍ନ ପ୍ରକାର ନିର୍ଯାତନା ଦିଆଯାଉଥିବା ନେଇ ସେମାନେ ମୋବାଇଲ ଫୋନରେ କାନ୍ଦି କାନ୍ଦି ତାଙ୍କ ପରିବାର ଲୋକଙ୍କୁ ଗତ ଶୁକ୍ରବାର ଜଣାଇଛନ୍ତି। ଗତ ଶନିବାର ଜଗବନ୍ଧୁ ବାଗଙ୍କୁ ଇଟାଭାଟିର ମୁନସୀ କେଉଁଆଡେ ନେଇଯାଇଥିବା ବେଳେ ସେ ଫେରି ନ ଥିବା ପରିବାର ଲୋକ ସୂଚନା ଦେଇଛନ୍ତି। କର୍ଲାକୁଟୁଣା ଗ୍ରାମରେ ରହୁଥିବା ତାଙ୍କ ପରିବାରର ପୁଅ ମହେନ୍ଦ୍ର, ବୋହୁ ସୁଭଦ୍ରା, ତୁଳସା କନ୍ଦ, ଝିଅ କ୍ଷମାଦେଈ ବାଗ, ପରିକ୍ଷିତ ବାଗ, ପୁତୁରା ପ୍ରକାଶ ବାଗ ଏବଂ ବିଷ୍ଣୁ ବାଗ ତାଙ୍କ ପରିବାର ଲୋକଙ୍କୁ ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି। ଏ ନେଇ ସରେଇବାହାଲର ଭୋଦେବ ବାରିକ ବଲାଙ୍ଗୀର ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜଣାଇଥିବାବେଳେ ଆନ୍ଧ୍ରରେ ରହୁଥିବା ଓଡିଶା ଶ୍ରମ କମିଶନର ଟି. ରମେଶଙ୍କୁ ଏ ନେଇ ଅବଗତ କରାଇଛନ୍ତି। ଏ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭବ ହୋଇପାରି ନ ଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories