www.samajalive.in
Saturday, December 6, 2025
26.1 C
Bhubaneswar

ସମ୍ବଲପୁର ଆକଶବାଣୀରୁ ଆରମ୍ଭ ହେଲା ସକାଳୁଆ ସମ୍ବଲପୁରୀ ସମାଚାର

ସମ୍ବଲପୁର: ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଆଞ୍ଚଳିକ ସମାଚାର ବିଭାଗ ପକ୍ଷରୁ ସକାଳୁଆ ସମ୍ବଲପୁରୀ ଖବର ପ୍ରସାରଣ ରବିବାରଠାରୁ ଆରମ୍ଭ ହୋଇଛି। ଆକାଶବାଣୀ କେନ୍ଦ୍ରର ମୁଖ୍ୟ ରମେଶ ଚନ୍ଦ୍ର ଭୋଇ, କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ପ୍ରଫୁଲ୍ଲ କୁମାର ମାଝି, ସହକାରୀ ଯନ୍ତ୍ରୀ ଏମ.ଆର.କେ. ରାଓ, କାର୍ଯ୍ୟକ୍ରମ ନିଷ୍ପାଦକ ସନ୍ତୋଷ ପିଙ୍ଗଙ୍କ ଉପସ୍ଥିତିରେ ପାଠକ ଅତୀଶ କୁମାର ଶତପଥୀଙ୍କ ଦ୍ୱାରା ପ୍ରଥମ ଖବର ପ୍ରସାରଣ ହୋଇଥିଲା। ଏହି ଅବସରରେ ସମାଚାର ବିଭାଗ ସହିତ ଯୋଡ଼ି ହୋଇଥିବା ବିଭାଗର ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ବସନ୍ତ କୁମାର ମାଝି, ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ର ତଥା ସମାଚାର ବିଭାଗର ଅନ୍ୟ ସହଯୋଗୀମାନେ ଉପସ୍ଥିତ ଥିଲେ। ଏହି ୫ ମିନିଟିଆ ସକାଳୁଆ ଖବର ପ୍ରସାରଣ ପ୍ରତ୍ୟହ ସକାଳ ୬ଟା ୪୭ ମିନିଟରୁ ୬ଟା ୫୨ ମିନିଟ ପର୍ଯ୍ୟନ୍ତ ପ୍ରସାରିତ ହେବ। ଏହାକୁ ଆକାଶବାଣୀର ସମ୍ବଲପୁର, ଭବାନୀପାଟଣା, ବଲାଙ୍ଗୀର ଓ ରାଉରକେଲା କେନ୍ଦ୍ରର ମିଡ଼ିୟମ ୱେଭ ଏବଂ ଏଫଏମ ଚାନେଲରେ ଶୁଣାଯାଇ ପାରିବ। ଶ୍ରୋତାମାନେ ଆକାଶବାଣୀ ସମ୍ବଲପୁର ଆରଏନୟୁର ଟ୍ୱିଟର ଏବଂ ଫେସବୁକ ଜରିଆରେ ମଧ୍ୟ ଏହି ଖବର ଶୁଣିପାରିବେ। ସୂଚନାଯୋଗ୍ୟ, ୨୦୧୬ ଜାନୁଆରୀ ୨୩ ତାରିଖଠାରୁ ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ଆରଏନୟୁ ପ୍ରତିଷ୍ଠା ସହ ପ୍ରତ୍ୟହ ସମ୍ବଲପୁରୀ ଭାଷାରେ ଖବର ପ୍ରସାରଣ ଆରମ୍ଭ ହୋଇଥିବାବେଳେ ଏହା ପ୍ରତ୍ୟହ ରାତି  ୮ଟା ୧୭ରୁ ୮ଟା ୨୭ ମିନିଟ ପର୍ଯ୍ୟନ୍ତ ପ୍ରସାରିତ ହେଉଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories