www.samajalive.in
Sunday, December 7, 2025
26.1 C
Bhubaneswar

ଦିଲ୍ଲୀ ହିଂସା: ପିଲା ପାଇଁ କ୍ଷୀର ଆଣିବାକୁ ଯାଇଥିଲେ…ଶବଗୃହରେ ମିଳିଲା ମୃତଦେହ

ସମାଜ ପୋର୍ଟାଲ ଡେସ୍କ: ହିଂସାରେ କଣ ମିଳେ ଓ କଣ ନ ମିଳେ ତାହା ତ ପରର କଥା କିନ୍ତୁ ହିଂସାର କୌଣସି ଦିଗ ସହ ସାମାନ୍ୟ ଜଡିତ ନ ଥିବା ମଣିଷଟି ଆରପାରିକୁ ଚାଲିଯାଏ ଓ ତା ସହ ଉଜୁଡି ଯାଏ ହସିଲା ଖେଳିଲା ପରିବାର। ଏମିତି ଏକ ଘଟଣା ଘଟିଛି ଏଥରର ଦିଲ୍ଲୀ ହିଂସାରେ। ମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିବା ଓ ସଂଶୋଧିତ ନାଗରିକତା ଆଇନର ଧାର ଧାରୁନଥିବା ସ୍ୱାମୀଙ୍କୁ ଜେଲ ଓ ଡାକ୍ତରଖାନାରେ ଖୋଜିବା ପରେ ୭ ମାସର ଗର୍ଭବତୀ ସ୍ତ୍ରୀକୁ ମିଳିଛି ସ୍ୱାମୀର ମୃତ ଦେହ, ତାହା ପୁଣି ଶବଗୃହରେ।

ଦିଲ୍ଲୀର ବ୍ରିଜପୁରୀର ଏକ ଅଣଓସାରିଆ ଗଳିରେ ରହନ୍ତି ୭ ମାସର ଗର୍ଭବତୀ ସୁନିତା। ୧୦ ବର୍ଷରୁ କମ ତିନୋଟି ପିଲା ଓ ସ୍ୱାମୀଙ୍କୁ ନେଇ ପରିବାର। ହେଲେ ଦିଲ୍ଲୀ ହିଂସାର ଶିକାର ହୋଇ ମୃତ୍ୟୁବରଣ କରିଥିବା ୪୨ ଜଣଙ୍କ ତାଲିକାରେ ଏବେ ଗୋଟିଏ ନାମ ସୁନିତାଙ୍କ ସ୍ୱାମୀ ପ୍ରେମ ସିଂହଙ୍କର। ବୃତ୍ତିରେ ଅଟୋ ଚଳାଉଥିବା ୨୭ ବର୍ଷୀୟ ପ୍ରେମ ସିଂହ ଫେବୃଆରୀ ୨୫ରେ ସକାଳ ୮ଟାରେ ବାହାରି ଯାଇଥିଲେ ନିକଟସ୍ଥ ବଜାରକୁ ନିଜ କୁନି କୁନି ପିଲାଙ୍କ ପାଇଁ କ୍ଷୀର ଓ କିଛି ଖାଦ୍ୟ ଆଣିବାକୁ। ପିନ୍ଧି ଥିଲେ ଧଳା ରଙ୍ଗର ସାର୍ଟ। ହେଲେ ହିଂସା ଯୋଗୁ ଦୋକାନ ବଜାର ସବୁ ବନ୍ଦ ଥିଲା କିନ୍ତୁ ସୁନିତା ଜାଣି ନଥିଲେ କେତେ ଦୂର ଯାଇଥିଲେ ପ୍ରେମ।

- Advertisement -

ଫେବୃଆରୀ ୨୯ରେ ସ୍ୱାମୀଙ୍କ ଫଟୋ ଧରି ପୁଲିସ ଷ୍ଟେସନରେ ପହଁଚିଲେ ସୁନିତାଙ୍କ ଭଉଣୀ ସରିତା। ପୁଲିସ ଅଟକ ରଖିଥିବା ଲୋକଙ୍କ ଭିତରେ ପ୍ରେମ ସିଂହକୁ ଖୋଜୁଥିଲେ ସେମାନେ ହେଲେ ସବୁ ବିଫଳ। ପର ଦିନ ଏ ହସ୍ପିଟାଲରୁ ସେ ହସ୍ପିଟାଲ, କାଳେ କେଉଁ ବେଡ଼ରେ ଶୋଇଥିବେ ପ୍ରେମ କିନ୍ତୁ ସେଠାରେ ବି ନ ଥିଲେ ସେ। ଶେଷରେ ଜିଟିବି ହସ୍ପିଟାଲର ଶବ ଗୃହରେ ସବୁଦିନ ପାଇଁ ଶୋଇଯାଇଥିବା ପ୍ରେମ ସିଂହକୁ, ପରିବାର ଲୋକଙ୍କୁ କେବଳ ମୁହଁ ଦେଖିବାକୁ ଦିଆଗଲା।

କ୍ଷୀର ଆଣିବାକୁ ଯାଇଥିବା ମଣିଷଟିର ପରିବାର ଏବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଅପେକ୍ଷାରେ। ହେଲେ କିଏ ଦେବ ଉତ୍ତର, ହିଂସା ତ ଥମିଗଲା କିନ୍ତୁ ଉଜୁଡା ପରିବାରକୁ କଣ ସଜାଡି ପାରିଲା ହିଂସା!

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories