ସଲମନଙ୍କ ସହ ଡବ୍ବୁ ଅଙ୍କଲ

0

ମୁମ୍ବଇ : ସାମାଜିକ ଗଣମାଧ୍ୟମରେ ଲୋକପ୍ରିୟତା ହାସଲ କରିଥିବା ଡ୍ୟାନ୍ସିଙ୍ଗ ପ୍ରଫେସର ସଞ୍ଜୀବ ଶ୍ରୀବାସ୍ତବ ଓରଫ ଡବ୍ବୁ ଅଙ୍କଲଙ୍କୁ ଏବେ ବଡ ବଡ କଳାକାରଙ୍କ ସହ  ଦେଖଇବାକୁ ମିଳୁଛି । ମଧ୍ୟପ୍ରଦେଶର ଡବ୍ବୁ ଅଙ୍କଲଙ୍କ ଭାଇରାଲ ନୃତ୍ୟ ଭିଡିଓ ସମଗ୍ର ଦେଶରେ ଚହଳ ସୃଷ୍ଟି କରିଥିଲା। ନିଜର ପ୍ରଥମ ବିଜ୍ଞାପନ କରିବାପରେ ଡବ୍ବୁ ଅଙ୍କଲ ସଲମନ ଖାନଙ୍କ ଲୋକପ୍ରିୟ ରିଆଲିଟି ଶୋ’  ‘ଦଶ କା ଦମ’ରେ ନଜର ଆସିଥିଲେ । ଡବ୍ବୁ ଅଙ୍କଲ ନିଜ ପତ୍ନୀ ଏବଂ ପିଲାମାନଙ୍କ ସହ ସଲମନ ଖାନଙ୍କ ସହ ଦେଖାକରିଥିଲେ। ଏହି ଫଟୋକୁ ସେ ଟୁଇଟରରେ ସେୟାର କରି କହି ଲେଖି ଥିଲେ। ’ମୁଁ ଏବଂ ମୋ ପରିବାର ଆଜି ସଲମନ ଖାନଙ୍କ ସହ ଦଶ କା ଦମ ରେ ଦେଖା କରିଥିଲୁ’।
ନିଜର ପ୍ରଥମ ବିଜ୍ଞାପନ ସାଇନ୍ କରିବାର ସେ ଏକ ଭିଡିଓ ଟୁଇଟରରେ ପୋଷ୍ଟ କରିଥିଲେ। ଏହାଛଡା ଡବ୍ବୁ ଅଙ୍କଲ କବେଳ ଅଭିନେତା ମାନଙ୍କ ସହ ନୁହେଁ ରାଜନେତା ମାନଙ୍କୁ ମଧ୍ୟ ସାକ୍ଷାତ କରୁଛନ୍ତି। ନିକଟରେ ସେ ଓ ତାଙ୍କ ପରିବାର ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନଙ୍କୁ ସାକ୍ଷାତ କରିଥିଲେ।

Leave A Reply