www.samajalive.in
Monday, December 15, 2025
27.1 C
Bhubaneswar

ଟିଟିଲାଗଡରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଉଦଯାପିତ

ଟିଟିଲାଗଡ : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଶଗଡଘାଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଦୁଇ ଦିବସୀୟ ‘ଏକ ଭାରତ ଶ୍ରେଷ୍ଠ ଭାରତ’ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି । ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା ସିଂଦେଓ ଯୋଗଦାନ କରି ଦେଶ ତଥା ବିଭିନ୍ନ ପ୍ରାନ୍ତରେ ଧର୍ମ, ଜାତି, ସାଂସ୍କୃତିକ ବିବିଧତା ଥିବା ସତ୍ତ୍ବେ ଆମେ ସମସ୍ତ ଭାରତୀୟ ଗୋଟିଏ ପରିବାର । ଏଣୁ ଆମେ ସମସ୍ତେ ପରସ୍ପର ମଧ୍ୟରେ ସମଭାବ, ସୌହାର୍ଦ୍ଦ୍ୟ ରକ୍ଷା ପାଇଁ ଚେଷ୍ଟା କରିବା ଉଚିତ ବୋଲି ତାଙ୍କ ଅଭିଭାଷଣରେ କହିଥିଲେ। ଦ୍ବିତୀୟ ଦିବସ ଅର୍ଥାତ ଉଦଯାପନୀ ଦିବସରେ ବଲାଙ୍ଗୀର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତି ମହାନନ୍ଦ, ଉପଜିଲ୍ଲାପାଳ ସୁଧାକର ନାୟକ, ବିଡିଓ ନବୀନ ଚନ୍ଦ୍ର ନାୟକ, ଟିଟିଲାଗଡ ଡିଏଭି ସ୍ବୟଂ ଶାସିତ କଲେଜ ଓଡିଆ ବିଭାଗ ପ୍ରଫେସର ଡଃ ଦୋଳଗୋବିନ୍ଦ ବିଶି, ଇଂରାଜୀ ବିଭାଗ ଅଧ୍ୟାପକ ଜୟଦେବ କର, ସରପଞ୍ଚ ଅଲିତା ସାହୁ, ମନ୍ତାଳୟର କ୍ଷେତ୍ର ଅଧିକାରୀ ବିଷ୍ଣୁ ଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶାନ୍ତି ମୈତ୍ରୀ ପ୍ରତିଷ୍ଠା ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କଲେ ଅତିଥି । ଏ ଅବସରରେ ମହିଳାଙ୍କ ଦ୍ବାରା ସଚେତନତା ଶୋଭାଯାତ୍ରା , ବିଭିନ୍ନ ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories