www.samajalive.in
Thursday, December 11, 2025
26.1 C
Bhubaneswar

ଶୁକ୍ରବାର କରନ୍ତୁ ଏହି ଉପାୟ, ଖୁସୀ ହେବେ ମା’ ସନ୍ତୋଷୀ….ଦୂର ହେବ ଆର୍ଥିକ ସମସ୍ୟା

ଧାର୍ମିକ ମହତ୍ତ୍ବ ଅନୁସାରେ ଶୁକ୍ରବାର ଦିନ ମାତାଙ୍କ ପୂଜା କରାଯାଏ। ବିଶେଷ କରି ଏହି ଦିନ ସନ୍ତୋଷୀ ମା’ଙ୍କ ବ୍ରତ ରଖାଯାଏ। କେବଳ ମହିଳା ଓ ଯୁବତୀମାନେ ଏହି ବ୍ରତ ରଖନ୍ତି ତାହା ନୁହେଁ, ପୁରୁଷ ମାନେ ମଧ୍ୟ ଏହି ବ୍ରତ ରଖିପାରିବେ। ଏହି ଦିନ ବ୍ରତ କରିବା ଦ୍ବାରା ମା’ଙ୍କ କୃପାରୁ ଜୀବନରୁ ଆର୍ଥିକ ସମସ୍ୟା ମଧ୍ୟ ଦୂର ହେବା ସହ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।

ଶୁକ୍ରବାର ଦିନ ହଳଦିଆ କପଡାରେ ପାଞ୍ଚଟି ହଳଦି ଲଗା କଉଡି, ଅଳ୍ପ କେସର ଓ ରୂପା ମୁଦ୍ରା ନେଇ ବାନ୍ଧି ଦିଅନ୍ତୁ। ଏହାକୁ ଆଲମାରୀ ଲକର ବା ଟଙ୍କା ରଖୁଥିବା ସ୍ଥାନରେ ରଖନ୍ତୁ। ଏହା ଦ୍ବାରା କିଛି ଦିନ ମଧ୍ୟରେ ଘରେ ଧନର ବୃଦ୍ଧି ହେବ।

- Advertisement -

ଏହି ଦିନ ତିନି ଜଣ କୁମାରୀ କନ୍ୟାକୁ ଖୀରି ଖାଇବାକୁ ଦିଅନ୍ତି। ସେମାନଙ୍କୁ ଦକ୍ଷିଣା ସହ ହଳିଦିଆ ବସ୍ତ୍ର ମଧ୍ୟ ଦାନ କରନ୍ତୁ। କୁମାରୀ କନ୍ୟାଙ୍କୁ ମା’ଙ୍କ ରୂପ ବୋଲି ବିଶ୍ବାସ କରାଯାଏ।

ଶୁକ୍ରବାର ଦିନ ଇଶାନ କୋଣରେ ଗାଈ ଘିଅରେ ନାଲି ରଙ୍ଗର ସଳିତା ନେଇ ଦୀପ ଜଳାନ୍ତୁ। ବହୁତ ଶୀଘ୍ର ଏହାର ପ୍ରଭାବ ଜାଣି ପାରିବେ।

ଏହି ଦିନ ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଜଳ ନେଇ ଭଗବାନ ବିଷ୍ଣୁଙ୍କ ଅଭିଷେକ କରାନ୍ତୁ। ଏପରି କରିବା ଦ୍ବାରା ମା’ ଲକ୍ଷ୍ମୀ ଖୁସୀ ହେବେ ଏବଂ ଧନର ବର୍ଷା ହେବ। ଯାହା ଦ୍ବାରା ଜୀବନରୁ ଆର୍ଥିକ ସମସ୍ୟା ଦୂର ହେବ।

Hot this week

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

Related Articles

Popular Categories