www.samajalive.in
Wednesday, December 10, 2025
14.1 C
Bhubaneswar

ଧାମରା ଠାରେ ଶିଳ୍ପ ନିରାପତ୍ତା ଏବଂ ପ୍ରତିକାର କର୍ମଶାଳା

ଧାମରା : ଧାମରା ଠାରେ ଥିବା ଗଙ୍ଗାମାତା ମନ୍ଦିର ପ୍ରାଙ୍ଗଣରେ ଶିଳ୍ପାୟନରେ ସମସାମୟିକ ଭାବରେ ଘଟୁଥିବା ଅସୁବିଧା ଏବଂ ତାହାର ପ୍ରତିକାରକୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ କଟକ ଠାରେ ଥିବା ଶିଳ୍ପ ନିର୍ଦେଶକ ଏବଂ ଭଦ୍ରକ ଜିଲ୍ଲା ଶିଳ୍ପକେନ୍ଦ୍ର ତଥା ଶିଳ୍ପ ନିରାପତ୍ତା ବିଭାଗର ବହୁ କର୍ମକର୍ତା ଯୋଗ ଦେଇଥିଲେ।

ଗୁରୁବାର ଅନୁଷ୍ଠିତ ଏହି କର୍ମଶାଳାରେ ଧାମରା ଠାରେ ଥିବା କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପର ମାଲିକ ମାନେ ଏଥିରେ ଯୋଗ ଦେଇଥିଲେ। ଏହି ଶିଳ୍ପ ଗୁଡିକରେ ବୈଧାନିକ ସତର୍କତା ଏବଂ ତାହାର ପ୍ରତିକାର ଏବଂ ତାହାର ନିରାକରଣ ବିଷୟରେ ଆଲୋଚନା ହୋଇ ଯାଇଛି। ଏହି କର୍ମଶାଳାକୁ ଭଦ୍ରକ ଶିଳ୍ପକେନ୍ଦ୍ରର ସାଧାରଣ ପରିଚାଳକ ଇଂ. ପିତାମ୍ବର ପରିଡା,ଯାଜପୁର ଠାରେ ଥିବା ଫ୍ୟାକ୍ଟ୍ରି ଏବଂ ବୟଲରର ଡେପୁଟି ଡାଇରେକ୍ଟର ଉମେଶ ଚନ୍ଦ୍ର ସୂତାର, ନିରାପତ୍ତା ଅଧିକାରୀ ସୁବ୍ରତ କୁମାର ମଣ୍ଡଳ, ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସହକାରୀ ପରିବେଶ ବୈଜ୍ଞାନିକ ଭିମ ଚରଣ ମାରାଣ୍ଡି,ବାଲେଶ୍ୱର ଭଦ୍ରକ ବରଫ କଳ ସଂଘର ସଭାପତି ସୁରତ କୁମାର ସାହୁ, ସଂପାଦକ ସୁଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଏହି ସମସ୍ତ ବିଷୟରେ ନିଜର ମତ ରଖିଥିଲେ।

- Advertisement -

ଆଜିର ଏହି କର୍ମଶାଳା ଆରମ୍ଭରେ ଧାମରା ଆଇପିଓ ଶଶୀଶେଖର ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ଇଂ ପିତାମ୍ବର ପରିଡା ସଭାପତିତ୍ୱ କରିଥିଲେ। ରାଜ୍ୟ ସରକାର ଆରମ୍ଭ କରିଥିବା ଇ. ମାର୍କେଟିଂ (ଜେମ)କୁ ଲୋକାଭିମୁଖୀ ଏହି କର୍ମଶାଳାରେ ଉଦ୍ୟୋଗୀ ମାନଙ୍କୁ ଦିଗଦର୍ଶନ ପ୍ରଦାନ କରାଯାଇଥିଲା। କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ ଜେଡ୍ ପ୍ରମାଣ ପତ୍ର ପ୍ରଦାନ କ୍ଷେତ୍ରରେ ଥିବା ସୁବିଧା ସୁଯୋଗ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟରେ ଶିଳ୍ପଉଦ୍ୟୋଗୀ ମାନଙ୍କୁ ଅବଗତ କରାଯାଇଥିଲା। ଏଥିସହ ସୁଷ୍ମ,କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପକୁ ଓଡିଶା ସରକାରଙ୍କ ଦ୍ୱାରା ପ୍ରଚଳିତ ଆପିଆର-୧୫,ଏମଏସଏମଇଡି ପଲିସି-୨୦୧୬,ଓଏଫପିପି ୨୦୧୬ମାଧ୍ୟମରେ ଶିଳ୍ପଦ୍ୟୋଗୀ ମାନଙ୍କୁ ମିଳୁବା ରିହାତି ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଧାମରା ମତ୍ସ୍ୟ ସଂଘର କାର୍ଯ୍ୟକର୍ତ୍ତା ସୁଦର୍ଶନ ଲେଙ୍କାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଏବଂ ଶିଳ୍ପଦ୍ୟୋଗୀ ପିତାମ୍ବର ଦାସଙ୍କ ସହଯୋଗରେ ଏହି କର୍ମଶାଳାଟି ସଂଫଳ ରୂପେ ଅନୁଷ୍ଠିତ ହୋଇଥିଲା। ଶେଷରେ ଶିଳ୍ପ ପର୍ଯ୍ୟବେକ୍ଷକ ସଂଗ୍ରାମ କେଶରୀ ମହାନ୍ତି ନିମନ୍ତ୍ରିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି କର୍ମଶାଳାରେ ଧାମରା ୮ ପଞ୍ଚାୟତର ସମସ୍ତ ବରଫକଳର ମାଲିକ ଏବଂ ଅନ୍ୟାନ୍ୟ କର୍ତୁପକ୍ଷ ମାନେ ଯୋଗ ଦେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories