www.samajalive.in
Saturday, December 6, 2025
26.1 C
Bhubaneswar

ଦାମ୍ କମ୍‌, ହେଲେ ଫାଇଦା ବେଶୀ

ଏହା ବେଶୀ ଦାମିକା ନୁହେଁ। ଶୁଖିଲା ପତ୍ରଟିଏ। କିନ୍ତୁ ଔଷଧୀୟ ଗୁଣର ଖଣି ବୋଲି କୁହାଯାଇପାରେ। ତେଜପତ୍ରକୁ କେବଳ ତରକାରି କିମ୍ବା ଆମିଷ ରୋଷେଇରେ ବ୍ୟବହାର କରାଯାଏନାହିଁ। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ, ତମ୍ବା, ପଟାସିୟମ, କ୍ୟାଲସିୟମ, ସେଲେନିୟମ ଏବଂ ଲୌହ ଭାଗ ରହିଛି। ଏଗୁଡିକ ଶରୀରକୁ ସୁସ୍ଥ ରଖିବା ଲାଗି ଯଥେଷ୍ଟ।

ଜୀବନଶୈଳୀ ସଂକ୍ରାନ୍ତ ସ୍ୱାସ୍ଥ୍ୟ ସମସ୍ୟା ‘ଡାଇବେଟିସ୍‌’ ଲାଗି ମହୌଷଧି ପରି କାମ କରିଥାଏ ତେଜପତ୍ର। ଯଦି ପ୍ରତିଦିନର ଖାଦ୍ୟପ୍ରସ୍ତୁତିରେ ଏହାକୁ ବ୍ୟବହାର କରାଯାଏ ତେବେ ଡାଇବେଟିସ୍‌ ନିୟନ୍ତ୍ରଣରେ ରହିପାରେ। ଚା’ ଠାରୁ ଆରମ୍ଭ କରି ଡାଲମା ଏବଂ ତରକାରି ଯାଏ ପ୍ରତ୍ୟେକ ଖାଦ୍ୟରେ ତେଜପତ୍ର ବ୍ୟବହାର କରିବାର ଅଭ୍ୟାସ କରନ୍ତୁ।

- Advertisement -

ଅନିୟମିତ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟଗ୍ରହଣ ଯୋଗୁ ପଥୁରୀ ବା ଷ୍ଟୋନ୍‌ ହେବା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହି କାରଣରୁ ପେଟରେ ପ୍ରବଳ ଯନ୍ତ୍ରଣା ହୋଇଥାଏ। ଖାଦ୍ୟରେ ତେଜପତ୍ର ବ୍ୟବହାର କରିବା ଏହି ସମସ୍ୟାରୁ ମୁକ୍ତି ଦେଇପାରେ।

ବ୍ୟସ୍ତତା ଭିତରେ ଅନେକ ଲୋକ ସକାଳୁ ଜଳଖିଆ ଠିକ୍‌ ଭାବେ ଖାଇପାରନ୍ତି ନାହିଁ। ତେଣୁ ଯାହା ମିଳେ ଖାଇଦିଅନ୍ତି। ଏହାର ସିଧାସଳଖ ପ୍ରଭାବ ସ୍ୱାସ୍ଥ୍ୟ ଉପରେ ପଡିଥାଏ। ଯେଉଁମାନେ ଏପରି କରନ୍ତି, ସେମାନଙ୍କ ହଜମ କ୍ରିୟା ଖୁବ୍‌ ଦୁର୍ବଳ ହୋଇପଡେ। ତେଣୁ ଖାଦ୍ୟରେ ତେଜପତ୍ର ବ୍ୟବହାର କଲେ ଏହା ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ। ଚା’ ରେ ଯଦି ତେଜପତ୍ର ବ୍ୟବହାର କରାଯାଏ ତେବେ କୋଷ୍ଠକାଠିନ୍ୟ, ଏସିଡିଟି, ପେଟ ମୋଡି ହେବା ଆଦି ସମସ୍ୟାରୁ ମୁକ୍ତି ମିଳିପାରେ।

ଅତ୍ୟଧିକ ଚିନ୍ତାରୁ ଉତ୍ତମ ନିଦ୍ର ହେବା ସ୍ୱାଭାବିକ। ରିପୋର୍ଟରୁ ଜଣାପଡିଛି ଯେ ବିଶେଷକରି ଗୃହିଣୀମାନେ ଅଧିକ ଉଦ୍‌ବିଗ୍ନ ରହନ୍ତି। କାରଣ, ସେମାନେ ନିଜ ଇଚ୍ଛା ଏବଂ କଥାକୁ ଅଧିକ ପ୍ରକାଶ କରିବା ସମ୍ଭବ ହୁଏନାହିଁ। ଏପରି କ୍ଷେତ୍ରରେ ତେଜପତ୍ରର ପ୍ରଭାବ ବେଶ୍‌ ଚମତ୍କାର। ରାତିରେ ଶୋଇବା ପୂର୍ବରୁ ତେଜପତ୍ର ତେଲ କେଇବୁନ୍ଦା ପାଣିରେ ମିଶାଇ ପିଇଲେ ଭଲ ନିଦ ହୋଇଥାଏ।

ବେଳେବେଳେ ଶରୀରର ବିଭିନ୍ନ ସ୍ଥାନରେ ହଠାତ୍‌ ଯନ୍ତ୍ରଣା ହୁଏ। ଏହାର କାରଣ ଉଦ୍‌ବେଗ ଏବଂ କ୍ଳାନ୍ତି ହୋଇପାରେ। ତେଜପତ୍ର ଏଥିପାଇଁ ଖୁବ୍‌ ଭଲ ଯନ୍ତ୍ରଣା ନିବାରକ। ଯଦି ଜୋର୍‌ ମୁଣ୍ଡବ୍ୟଥା ହେଉଥାଏ ତେବେ ଏହାର ତେଲ ମାଲିସ୍‌ କଲେ ସୁଫଳ ମିଳେ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories