www.samajalive.in
Sunday, December 7, 2025
13.1 C
Bhubaneswar

ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେଲା ଜମ୍ମୁ-କାଶ୍ମୀର

ବଲାଙ୍ଗିର: ଭାରତୀୟ ସମ୍ବିଧାନର ୩୭୦ ଧାରା ବଳରେ ଜମ୍ମୁ କାଶ୍ମୀର ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଲାଭ କରିଥିଲା। ଧାରା ୩୭୦ ଯୋଗୁଁ ଦେଶର ଅଧିକାଂଶ ସମ୍ବିଧାନ ସମ୍ମତ ଆଇନ ଜମ୍ମୁ କାଶ୍ମୀରରେ ପ୍ରଚଳିତ ନଥିଲା। ଏପରିକି ଦେଶରେ ପ୍ରଚଳିତ ଅନ୍ୟତମ ପ୍ରଗତିଶୀଳ ଆଇନ ଭାବେ ଜଣାଶୁଣା ସୂଚନା ଅଧିକାର ଆଇନ ମଧ୍ୟ ଏହି ରାଜ୍ୟ ପାଇଁ ପ୍ରଯୁଜ୍ୟ ନଥିଲା। ସୂଚନା ଅଧିକାର ଆଇନ, ୨୦୦୫ର ପ୍ରଥମ ଅଧ୍ୟାୟରେ ହିଁ ଏହି ଆଇନ ଜମ୍ମୁ କାଶ୍ମୀର ବ୍ୟତୀତ ସମଗ୍ର ଭାରତବର୍ଷରେ ଲାଗୁ ହେବ ବୋଲି ଉଲ୍ଲେଖ ରହିଛି। କିନ୍ତୁ ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କଲାପରେ ସୂଚନା ଅଧିକାର ଆଇନ ୨୦୦୫ ଜମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ ହୋଇଥିବା ସୂଚନା ଅଧିକାର ଆଇନରୁ ଜଣାପଡିଛି।

- Advertisement -

ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡା ଜମ୍ମୁ କାଶ୍ମିରର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଏ ସମ୍ପର୍କରେ ତଥ୍ୟ ମାଗିବା ସହ ସେଠାକାର ଶିକ୍ଷା ଭିତ୍ତିଭୂମି ଓ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ବିଭିନ୍ନ ତଥ୍ୟ ମାଗିଥିଲେ। ପଣ୍ଡାଙ୍କ ଆବେଦନକୁ ସୂଚନା ଅଧିକାର ଆଇନର ଧାରା ୬(୩) ଅନୁଯାୟୀ ଜମ୍ମୁ କାଶ୍ମୀର ଉପ ରାଜ୍ୟପାଳଙ୍କ କାର୍ଯ୍ୟାଳୟରୁ ବିଭିନ୍ନ ବିଭାଗକୁ ହସ୍ତାନ୍ତର କରାଯିବା ସହିତ କେତେକ ତଥ୍ୟ ପ୍ରଦାନ କରାଯାଇଛି। କାଶ୍ମୀର ଜୋନାଲ ପୁଲିସ ମୁଖ୍ୟାଳୟ ଜନ ସୂଚନା ଅଧିକାରୀ ସୂଚନା ଅଧିକାର ଆଇନ ୨୦୦୫ ଜମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ପ୍ରଯୁଜ୍ୟ ବୋଲି ତଥ୍ୟ ପ୍ରଦାନ କରିବା ସଙ୍ଗେ ଆଇନ ଶୃଙ୍ଖଳା ପରିସ୍ଥିତି ଉକ୍ତ ଜୋନ ଅଞ୍ଚଳରେ ଶାନ୍ତିପୂର୍ଣ ଥିବା ତଥ୍ୟ ପ୍ରଦାନ କରାଯାଇଛି। କିଛି ଅଞ୍ଚଳରେ କେତେକ ନିଷେଧାଦେଶ ଜାରି କରାଯାଇଥିବା ବେଳେ କୌଣସି ଅଂଚଳରେ ର୍କଫ୍ୟୁ ଲାଗୁ କରାଯାଇନଥିବା ତଥ୍ୟ ପ୍ରଦାନ କରିଛନ୍ତି। କେବଳ ପୁଞ୍ଚ ଜିଲାର ୧୫ ଜଣଙ୍କୁ ଜନ ସୁରକ୍ଷା ଆଇନ ଯୋଗେ ଅଟକ ରଖାଯାଇଥିବା ବେଳେ ରାମବାନ ଜିଲାର ଜଣକୁ ଏବଂ ସମୂଦାୟ ୧୬ ଜଣଙ୍କୁ ଅଟକ ରଖାଯାଇଥିବା ସୂଚନା ପ୍ରଦାନ କରାଯାଇଛି। ଏହି ଜୋନର ଅବଶିଷ୍ଟ ୮ଟି ଜିଲାରେ କାହାକୁ ମଧ୍ୟ ଅଟକ ରଖାଯାଇନଥିବା ତଥ୍ୟ ପ୍ରଦାନ କରାଯାଇଛି।

ସମଗ୍ର ଜମ୍ମୁ କାଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳରେ ୧୪୨ଟି ଡିଗ୍ରୀ କଲେଜ ରହିଥିବା ଉଚ୍ଚ ଶିକ୍ଷା ବିଭାଗ ତଥ୍ୟ ପ୍ରଦାନ କରିବା ସହିତ ୧୩୦୬ ଜନ ସଂଖ୍ୟାରେ ଗୋଟିଏ କଲେଜ ରହିଥିବା ଜଣାଇଛନ୍ତି। ମହାବିଦ୍ୟାଳୟ ଏବଂ ଶିକ୍ଷକ ଆନୁପାତିକ ହାର ୧:୨୦ ବୋଲି ମଧ୍ୟ ତଥ୍ୟ ପ୍ରଦାନ କରାଯାଇଛି। ଜମ୍ମୁ କାଶ୍ମୀରର ସରକାରୀ ତଥ୍ୟ ଆନୁଷ୍ଠାନିକ ଭାବରେ ଦେଶର ଅନ୍ୟ ପ୍ରଦେଶର ନାଗରିକକଙ୍କୁ ପ୍ରଦାନ କରାଯିବା ଘଟଣାକୁ ସମଗ୍ର ଦେଶ ପାଇଁ ପ୍ରଥମ ଘଟଣା ବୋଲି ସୂଚନା କର୍ମି ଶ୍ରୀ ପଣ୍ଡା କହିଛନ୍ତି। ଏହା ଦ୍ୱାରା ଜାମ୍ମୁ କାଶ୍ମିରରେ ସରକାରୀ ଯୋଜନା, କାର୍ଯ୍ୟକ୍ରମ ଓ ରୂପାୟନ ସମ୍ପର୍କରେ ଦେଶବାସୀ ଅବଗତ ହେବା ସଙ୍ଗେ ସେଠାକାର ପ୍ରଶାସନ ଲୋକଙ୍କ ପାଖରେ ଆହୁରି ଉତ୍ତରଦାୟୀ ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଜମ୍ମୁ କାଶ୍ମୀରରେ ଜନ ଅଧିକାର ହନନ ସମ୍ପର୍କରେ ଦେଶବାସୀ ଅଧିକ ଜାଣିପାରିବେ ବୋଲି ସେ କହିଛନ୍ତି। ତାଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟର ସତ୍ୟାସତ୍ୟକୁ ନେଇ ଅପିଲ ଅଧିକାରୀଙ୍କ ଠାରେ ପୂଣି ଅପିଲ କରିବେ ବୋଲି ସୂଚନା କର୍ମୀ ଶ୍ରୀ ପଣ୍ଡା କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories