www.samajalive.in
Sunday, December 7, 2025
16.1 C
Bhubaneswar

ନୱାଜ ଶରିଫଙ୍କୁ ପଳାତକ ଘୋଷଣା କଲା ପାକିସ୍ତାନ

ଇସଲାମାବାଦ: ପାକିସ୍ତାନର  ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରୀଫଙ୍କୁ ଇମ୍ରାନ୍ ଖାନଙ୍କ ସରକାର ପଳାତକ ଘୋଷିତ କରିଛି। ଶରୀଫ ବର୍ତ୍ତମାନ ଲଣ୍ଡନରେ ଚିକିତ୍ସିତ ହେଉଛନ୍ତି। ନୱାଜ ଲଣ୍ଡନରେ ଚିକିତ୍ସିତ ହେଉଥିବା ଡାକ୍ତରଙ୍କଠାରୁ ମେଡିକାଲ ରିପୋର୍ଟ ଆଣି ଦାଖଲ କରୁ ନ ଥିବା ଅଭିଯୋଗ ହୋଇଛି। ଏହା ଦ୍ବାରା ସେ ଜାମିନର ସର୍ତ୍ତକୁ ଉଲ୍ଲଂଘନ କରିଛନ୍ତି, ତେଣୁ ତାଙ୍କୁ ପଳାତକ ଘୋଷିତ କରିଦିଆଯାଇଥିବା କୁହାଯାଉଛି। ସ୍ଥାନୀୟ ଗଣମାଧ୍ୟମରୁ ଏହି ତଥ୍ୟ ମିଳିଛି।

ଗତବର୍ଷ ନଭେମ୍ବରରେ ଶରୀଫ ଚିକିତ୍ସା ପାଇଁ ଲଣ୍ଡନ ଯାଇଥିଲେ। ଲାହୋର ହାଇକୋର୍ଟ ମେଡିକାଲ ଆଧାରରେ ତାଙ୍କୁ ୪ ସପ୍ତାହ ପାଇଁ ବିଦେଶ ଯିବା ଲାଗି ଅନୁମତି ଦେଇଥିଲେ। ଶରୀଫଙ୍କ ଡାକ୍ତରଙ୍କ ସୂଚନା ଅନୁସାରେ, ୩ ଥର ପ୍ରଧାନମନ୍ତ୍ରୀ ରହିଥିବା ଶରୀଫ ଗମ୍ଭୀର ହୃଦରୋଗରେ ଆକ୍ରାନ୍ତ, ଯେଉଁଥିପାଇଁ ତାଙ୍କର ଅପରେଶନ କରାଯିବ। ଡନ୍‌ ଖବରକାଗଜ ରିପୋର୍ଟ ଅନୁସାରେ, ଇମ୍ରାନ ସରକାର ଇସଲାମାବାଦ ହାଇକୋର୍ଟଙ୍କ ଆଦେଶ ଉପରେ ଗଠିତ ବୋର୍ଡ ନିକଟରେ ଶରୀଫ ମେଡିକାଲ ରିପୋର୍ଟ ଦାଖଲ ନ କରି ଜାମିନ ସର୍ତ୍ତ ଉଲ୍ଲଂଘନ କରିଥିବାରୁ ତାଙ୍କୁ ପଳାତକ ଘୋଷିତ କରିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଙ୍ଘୀୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇନ ଅନୁସାରେ ଶରୀଫ ଜଣେ ପଳାତକ ଏବଂ ଯଦି ସେ ପାକିସ୍ତାନ ନ ଫେରନ୍ତି ତେବେ ତାଙ୍କୁ ଅପରାଧୀ ବୋଲି ଘୋଷଣା କରାଯିବା ନେଇ ପ୍ରଧାନମନ୍ତ୍ରୀଙ୍କ ସ୍ବତନ୍ତ୍ର ସହାୟକ ଫିରଦୋସ ଆଶିକ୍‌ ଆୱାନ କହିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories