www.samajalive.in
Sunday, December 7, 2025
16.1 C
Bhubaneswar

ପାକିସ୍ତାନରେ ହେବ ମିଳିତ ସରକାର; ଜାଣନ୍ତୁ କିଏ ହେବେ ପ୍ରଧାନମନ୍ତ୍ରୀ

ଇସଲାମାବାଦ: ଦୀର୍ଘ ଦିନର ବିବାଦ ପରେ ପାକିସ୍ତାନରେ ମିଳିତ ସରକାର ଗଢିବାକୁ ସହମତି ପ୍ରକାଶ କରିଛନ୍ତି ପାକିସ୍ତାନ ପୁପୁଲ୍ସ ପାର୍ଟି ଏବଂ ପିଏମଏଲ-ଏନ। ଅନେକ ଦିନର ଆଲୋଚନା ପରେ ପିପିପି ଅର୍ଥାତ ପାକିସ୍ତାନ ପିପୁଲ୍ସ ପାର୍ଟି ଏବଂ ପାକିସ୍ତାନ ମୁସଲିମ୍‍ ଲିଗ୍‍-ନୱାଜ୍‍ ଶେଷରେ ଏକ ନୂତନ ମିଳିତ ସରକାର ଗଠନ ପାଇଁ ମଙ୍ଗଳବାର ଏକ ଚୁକ୍ତି କରିଛନ୍ତି। ମଙ୍ଗଳବାର ବିଳମ୍ବିତ ରାତିରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ପିପିପି ପାର୍ଟି ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ ଜରଦାରୀ ଘୋଷଣା କରିଛନ୍ତି ଯେ ପାକିସ୍ତାନ ମୁସଲିମ୍‍ ଲିଗ୍‍ ନୱାଜ ଚେୟାରମ୍ୟାନ ଶେହବାଜ ସରିଫ ପୁଣି ଥରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାକୁ ଥିବା ବେଳେ ପିପିପି କୋ-ଚେୟାରମ୍ୟାନ୍‍ ଆସିଫ୍‍ ଜରଦାରୀ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି।

ପାକିସ୍ତାନରେ ସାଧାରଣ ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିନଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକ ଏକାଧିକ ଆସନରେ ବିଜୟୀ ହୋଇଥିଲେ। ନିର୍ବାଚନରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ପରେ ବିବାଦ ଲାଗି ରହିଥିଲା। ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଦ୍ୱାରା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ସଂସଦରେ ସର୍ବାଧିକ ଆସନ ଜିତିଥିବାବେଳେ ପିଏମଏଲ-ଏନ ଏବଂ ପିପିପି ନିର୍ବାଚନ ଫଳାଫଳ ପରେ ଏକ ମିଳିତ ସରକାର ଗଠନ କରିବେ ବୋଲି ଘୋଷଣା କରିଛନ୍ତି।

- Advertisement -

 

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories