www.samajalive.in
Saturday, December 6, 2025
15.1 C
Bhubaneswar

ପାକିସ୍ତାନ ପରିବା ବଜାରରେ ନିଆଁ ; ଶହ ଶହ ଟଙ୍କାରେ ବିକ୍ରି ହେଉଛି ଟମାଟୋ,ପିଆଜ

ନୂଆଦିଲ୍ଲୀ : ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନରେ ଗତ କିଛି ମାସ ମଧ୍ୟରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ରାଜନୈତିକ ଅସ୍ଥିରତା କାରଣରୁ ଦେଶରେ ଆର୍ଥିକ ସ୍ଥିତିକୁ ନେଇ ସଂଘର୍ଷ କରାଯାଉଥିବା ଦେଖାଯାଉଛି। ବର୍ତ୍ତମାନ ପ୍ରାକୃତିକ ବିପର୍ଯ୍ୟୟ ତଥା ବନ୍ୟା କାରଣରୁ ପରିସ୍ଥିତି ଜଟିଳ ଆଡକୁ ଗତି କରିଛି। ପାକିସ୍ତାନର ଅନେକ ସ୍ଥାନରେ ଭୀଷଣ ବନ୍ୟା ପାଇଁ ପରିସ୍ଥିତି ଜଟିଳ ରହିଛି।
ଏହି ବିପରୀତ ପରିସ୍ଥିତି ମଧ୍ୟରେ ମହଙ୍ଗାମାଡ ପାକିସ୍ତାନର ସାଧାରଣ ଜନତାଙ୍କ ସମସ୍ୟା ଆହୁରି ବଢି ଯାଇଛି। ଅନ୍ୟ ଜିନିଷ ସହ ଲୋକେ ପନିପରିବା କିଣିବା ପାଇଁ ମଧ୍ୟ କଷ୍ଟକର ହୋଇପଡିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,ଗତ କିଛି ଦିନ ମଧ୍ୟରେ ଟମାଟୋ କିଲୋ ପ୍ରତି ୫୦୦ ଟଙ୍କା ଓ ପିଆଜ କିଲୋ ପ୍ରତି ୪୦୦ ଟଙ୍କା ବିକ୍ରି କରାଯାଉଛି।
ଲାହୌର ପନିପରିବା ମାର୍କେଟରେ ଡିଲର୍‍ଙ୍କ କହିବାନୁଯାୟୀ,ଘରୋଇ ବଜାରରେ ଟମାଟୋ ଓ ପିଆଜର ବୃଦ୍ଧି ପାଉଥିବା ଦାମ୍‍ ପାଇଁ କିଣିବା ଅସମ୍ଭବ ହୋଇ ପଡୁଛି। ବନ୍ୟା ପାଇଁ ଚାରିଆଡେ ଜଳମଗ୍ନ ହେବାରୁ ଅଧିକାଂଶ ଅଞ୍ଚଳରେ ଫଳ ଓ ପନିପରିବା ନଷ୍ଟ ହୋଇ ଯାଇଛି। ଲୋକଙ୍କ ପାଇଁ ଏବେ ଖାଦ୍ୟ ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି। ଲାହୌର ସମେତ ପାକିସ୍ତାନର ଅଧିକାଂଶ ସ୍ଥାନରେ ବିଶେଷ କରି ପନିପରିବାର ମୂଲ୍ୟ ଆକାଶ ଛୁଆଁ ହୋଇ ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories