www.samajalive.in
Saturday, December 6, 2025
16.1 C
Bhubaneswar

ବାଲା ଓ ପୋଷଣ ବଗିଚାକୁ ନେଇ ସଚେତନତା କାର୍ଯ୍ୟକ୍ରମ 

ନର୍ଲା :କଳାହାଣ୍ଡି ଜିଲ୍ଲା, ନର୍ଲା ବ୍ଲକ, ତୁଳାଗାଁ କ୍ଲଷ୍ଟର,ମାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କୈବଲ୍ୟା ଶିକ୍ଷା ଫାଉଣ୍ଡେସନ, ସାଥି ଟିମ ଜରିଆରେ ଏକ ବାଲା (ବିଲଡିଙ୍ଗ୍ ଆଜ୍ ଲରର୍ଣ୍ଣି ଏଡ) ଏବଂ ପୋଷଣ ବଗିଚାକୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଅଛି। ଏଥିରେ କୈବଲ୍ୟା ଶିକ୍ଷା ଫାଉଣ୍ଡେସନର ନର୍ଲା ବ୍ଲକ ପରିଚାଳିକା ସୋନି କୁମାରୀ ଏହି ସଭାକୁ ପସ୍ତୁତ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂର୍ୟ୍ୟଦେବ ବାଗ ଓ ସମ୍ମାନିତ ଅତିଥି ଭାବେ ମାଣ୍ଡେଲ ପଞ୍ଚାୟତର ସରପଞ୍ଚ ପଦ୍ମଲୋଚନ ଜାଲ , ତୁଳାଗାଁ ସିଆରସିସି ଦେବୀ ସୁଦ୍ଧା ଯୋଗ ଦେଇଥିଲେ।
ଏଥିରେ ମାଣ୍ଡେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶରତ କୁମାର ଭୋଇ ସଭାକୁ ପରିଚାଳନା କରିଥିଲେ ଓ କୈବଲ୍ୟା ଶିକ୍ଷା ଫାଉଣ୍ଡେସନର ମୁଖ୍ୟ ବ୍ଲକ ପରିଚାଳିକା ଧନ୍ୟବାଦ ଅର୍ପଣ କରିଥିଲେ। ବାଲା ଓ ପୋଷଣ ବଗିଚାକୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ କୈବଲ୍ୟା ଶିକ୍ଷା ଫାଉଣ୍ଡେସନର ନର୍ଲା ବ୍ଲକ ପରିଚାଳିକା ସୋନି କୁମାରୀ ଏହି ସଭାର ପସ୍ତୁତ କରିଥିଲେ।
ଏଥିରେ ନର୍ଲା ବ୍ଲକ ର ୪୧ଟି ମୋଡେଲ ସ୍କୁଲର ପ୍ରଧାନ ଶିକ୍ଷକ ଓ କୈବଲ୍ୟା ଫାଉଣ୍ଡେସନର ସମସ୍ତ ବ୍ଲକ ର ପରିଚାଳକ ଓ ପରିଚାଳିକା ଯୋଗ ଦେଇଥିଲେ । ଏଥିରେ ନର୍ଲା ବ୍ଲକରେ କିପରି ଶିକ୍ଷାର ଅଗ୍ରଗତି ହୋଇପାରିବ ଏବଂ ବାଲା ଓ ପୋଷଣ ବଗିଚା କୁ ଆଗାମୀ ସମୟରେ ନର୍ଲା ବ୍ଲକର ପ୍ରତ୍ୟେକ ମୋଡେଲ ସ୍କୁଲରେ କାର୍ୟ୍ୟକାରି କରାଯାଇ ପାରିବ ତାକୁ ନେଇ ଆଲୋଚନା ହୋଇଥିଲ। ସଭା ଶେଷରେ ସ୍କୁଲ ପରିସରରେ ବୃକ୍ଷରୋପଣ ଓ ହାଂଗିଙ୍ଗ ଲାଇବ୍ରେରୀର କାର୍ୟ୍ୟକର୍ମ ଅନୁଷ୍ଠିତ ହୋଇଥିଲା।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories