www.samajalive.in
Monday, December 15, 2025
26.1 C
Bhubaneswar

ଇରାନରେ ୯ ପାକିସ୍ତାନୀଙ୍କୁ ହତ୍ୟା: ଆକ୍ରମଣକୁ ଇସ୍‌ଲାମାବାଦର ନିନ୍ଦା, ତଦନ୍ତ ଦାବି

ତେହରାନ: ପାକିସ୍ତାନ ଓ ଇରାନ ମଧ୍ୟରେ ସଂଘର୍ଷ ଜାରି ରହିଛି। ପୁଣି ଥରେ ଇରାନରେ ବନ୍ଧୁକଧାରୀମାନେ ୯ଜଣ ପାକିସ୍ତାନୀଙ୍କୁ ହତ୍ୟା କରିଛନ୍ତି। ପାକିସ୍ତାନ ରାଷ୍ଟ୍ରଦୂତ ଏନେଇ ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ନିକଟରେ ଇରାନ ପାକିସ୍ତାନରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ୍‌ କରିଥିଲା। ଏହାକୁ ନେଇ ପାକିସ୍ତାନ ସରକାର ଇରାନକୁ ଚେତାବନୀ ଦେଇ କହିଥିଲେ ଯେ, ଆମର ସାର୍ବଭୌମତ୍ୱ ଉଲ୍ଲଂଘନ କରିବା ଗ୍ରହଣୀୟ ନୁହେଁ। ପ୍ରତିଜବାବରେ ପାକିସ୍ତାନ ମଧ୍ୟ ଇରାନ ଉପରେ ମିସାଇଲ୍‌ ଓ ଡ୍ରୋନ୍‌ ଆକ୍ରମଣ କରିଥିଲା।

ଇରାନର ରାଜଧାନୀ ତେହରାନରେ ନିୟୋଜିତ ପାକିସ୍ତାନ ରାଷ୍ଟ୍ରଦୂତ ମୁଦସିର ଟିପୁ ଶନିବାର କହିଛନ୍ତି ଯେ, ଇରାନର ସରାୱାନରେ ୯ ଜଣ ପାକିସ୍ତାନୀଙ୍କୁ ହତ୍ୟା ଖବର ଶକ୍ତ ଧକ୍କା ଦେଇଛି। ଏହା ଭୟଙ୍କର। ଦୂତାବାସ ପୀଡ଼ିତଙ୍କ ପରିବାର ସହ ଅଛି। ଆମେ ସେମାନଙ୍କୁ ସମର୍ଥନ କରୁଛୁ। ଇସ୍‌ଲାମାବାଦ ତେହରାନକୁ ଏହି ପ୍ରସଙ୍ଗରେ ସହଯୋଗ କରିବାକୁ ଆହ୍ବାନ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୯ ଜଣଙ୍କ ମୃତ୍ୟୁ ବ୍ୟତୀତ ଏହି ଆକ୍ରମଣରେ ତିନି ଜଣ ଆହତ ମଧ୍ୟ ହୋଇଛନ୍ତି। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଏହାକୁ ଆତଙ୍କବାଦୀ ଆକ୍ରମଣ ବୋଲି କହିବା ସହ ଆକ୍ରମଣକୁ ତୀବ୍ର ନିନ୍ଦା କରିଛି। ମନ୍ତ୍ରଣାଳୟ କହିଛି ଯେ, ଇସଲାମାବାଦ ଇରାନର ଅଧିକାରୀମାନଙ୍କ ସହ ଯୋଗାଯୋଗରେ ଅଛି। ଘଟଣାର ତଦନ୍ତ କରିବାକୁ ତେହରାନକୁ ଆହ୍ବାନ କରାଯାଇଛି।

- Advertisement -

ବଲୁଚ ଅଧିକାର ଗୋଷ୍ଠୀ ହଲୱାଶର ସୂଚନା ଅନୁଯାୟୀ, ସମସ୍ତ ପୀଡ଼ିତ ହେଉଛନ୍ତି ପାକିସ୍ତାନୀ। ସେମାନେ ଏକ କାର ମରାମତି ଦୋକାନରେ ରହୁଥିଲେ ଏବଂ ସେଠାରେ କାମ କରୁଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ରାଜ୍ୟର ଡେପୁଟି ଗଭର୍ଣ୍ଣର ଅଲିରେଜା ମରହମତୀ କହିଥିଲେ ​‌ଯେ, ୯ଜଣ ବିଦେଶୀ ଲୋକଙ୍କ ମୃତ୍ୟୁ ଘଟିଛି। ଆକ୍ରମଣରେ ଜୀବନ ବଞ୍ଚିଯାଇଥିବା ଲୋକମାନଙ୍କ କହିବାନୁସାରେ, ତିନିଜଣ ସଶସ୍ତ୍ର ବ୍ୟକ୍ତି ଘରେ ପଶି ଆଖିବୁଜା ଗୁଳି ଚଳାଇଥିଲେ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories