www.samajalive.in
Sunday, December 7, 2025
26.1 C
Bhubaneswar

ଫ୍ଲିପକାର୍ଟରୁ ଇସ୍ତଫା ଦେଲେ ବିନ୍ନି ବନ୍ସଲ

ନୂଆଦିଲ୍ଲୀ : ଦେଶର ଜଣାଶୁଣା ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟର କୋ-ଫାଉଣ୍ଡର ବିନ୍ନି ବନ୍ସଲ ବୋର୍ଡରୁ ଇସ୍ତଫା ଦେଇଦେଇଛନ୍ତି । ତାଙ୍କ ବନ୍ଧୁ ଏବଂ କମ୍ପାନୀର ଅନ୍ୟ କୋ-ଫାଉଣ୍ଡର ୨୦୧୮ରେ କମ୍ପାନୀ ଛାଡି ସାରିଥିଲେ । ଓ୍ବାଲମାର୍ଟ ହାତକୁ କମ୍ପାନୀର ନିୟନ୍ତ୍ରଣ ଯିବା ପରେ ତାଙ୍କର କିଛି ସାଥୀ କମ୍ପାନୀ ଛାଡିଦେଇଥିଲେ । ଏହା ପରେ ସଚିନ ଏକ ଫାଇନାନ୍ସିଆଲ୍ ସର୍ଭିସ୍ କମ୍ପାନୀ ‘ନଭୀ’ ସ୍ଥାପନ କରିଥିଲେ । ଏବେ ସଚିନଙ୍କ ସହିତ ବିନ୍ନି ବନ୍ସଲ ମଧ୍ୟ ଅପ ଡୋର୍ ନାଁରେ ଏକ ନୂଆ କମ୍ପାନୀ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ବିନ୍ନି ବନ୍ସଲ ଫ୍ଲିପକାର୍ଟ ସମ୍ପର୍କରେ କହିଛନ୍ତି କି କମ୍ପାନୀ ଆଗକୁ ବଢିବା ପାଇଁ ଯଥେଷ୍ଟ ରାସ୍ତା ପଡିଛି । କମ୍ପାନୀ ପାଖରେ ଏକ ମଜଭୁତ ଟିମ୍ ରହିଛି । କମ୍ପାନୀ ଛାଡିବା ପରେ ବିନ୍ନି ଫ୍ଲିପକାର୍ଟକୁ ଶୁଭକାମନା ଜଣାଇଛନ୍ତି ।

ବିନ୍ନି ଗତ ବର୍ଷ କମ୍ପାନୀରୁ ନିଜର ସେୟାର ବିକି ଦେଇଥିଲେ । ଏହା ପରେ ମଧ୍ୟ ସେ ବୋର୍ଡ ମେମ୍ବର ରହିଥିଲେ । କମ୍ପାନୀର ସେୟାର ବିକିବା ପରେ ତାଙ୍କୁ ୧.୫ ଅରବ ଡଲାର ମିଳିଥିଲା । ଏହା ପୂର୍ବରୁ ୨୦୧୮ରେ ଓ୍ବାଲମାର୍ଟ ଉଭୟ କୋ-ଫାଉଣ୍ଡର୍ସଙ୍କୁ ୧୬ ଅରବ ଡଲାର ଦେଇ ଫ୍ଲିପକାର୍ଟର ଅଧିଗ୍ରହଣ କରିଥିଲା । ଏହା ପରେ ସଚିନ ବନ୍ସଲ କମ୍ପାନୀରୁ ବାହାରି ଯାଇଥିଲେ । କହିରଖୁଛୁ ସଚିନ ବନ୍ସଲ ଓ ବିନ୍ନି ବନ୍ସଲ ମିଶି ୨୦୦୭ରେ ଫ୍ଲିପକାର୍ଟ ସ୍ଥାପନ କରିଥିଲେ । ଉଭୟ ମିଶି ଏହି କମ୍ପାନୀକୁ ୨୦୧୮ରେ ୨୦.୮ ଅରବ ଡଲାରରେ ପହଞ୍ଚାଇଥିଲେ ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories