www.samajalive.in
Sunday, December 7, 2025
23.1 C
Bhubaneswar

ରାଜଘାଟରେ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଭାରତ ଗସ୍ତର ଦ୍ବିତୀୟ ଦିନରେ ନୂଆଦିଲ୍ଲୀର ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଗାନ୍ଧିଜୀଙ୍କ ସମାଧି ସ୍ଥଳରେ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିୟା ପହଞ୍ଚି ବାପୁଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ରାଜଘାଟରେ ପରିଦର୍ଶକ ପୁସ୍ତିକାରେ ନିଜର ବାର୍ତ୍ତା ଉଲ୍ଲେଖ କରିଥିଲେ। ଏହି ଅବସରରେ ଟ୍ରମ୍ପଙ୍କୁ ଗାନ୍ଧିଜୀଙ୍କ ଏକ ପ୍ରତିକୃତି ଉପହାର ପ୍ରଦାନ କରାଯାଇଥିଲା।

ଟ୍ରମ୍ପ ରାଷ୍ଟ୍ରପତି ଭବନ  ଯିବା ପରେ ସେଠାରୁ ସିଧାସଳଖ ରାଜଘାଟକୁ ଆସିଥିଲେ। ରାଷ୍ଟ୍ରପତି ଭବନ​‌ରେ ଟ୍ରମ୍ପଙ୍କୁ ରାଜକୀୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ରାଜଘାଟରୁ ଟ୍ରମ୍ପ ହାଇଦ୍ରାବାଦ ହାଉସକୁ ଯିବେ। ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟ୍ରମ୍ପ ଭେଟିବା ସହିତ ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ। ଏହି ସମୟରେ ଦୁଇ ଦେଶ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହେବ। ଦୁଇ ଦେଶ ମଧ୍ୟରେ ୩୦୦ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି ହେବା ନେଇ ପୂର୍ବରୁ ଟ୍ରମ୍ପ ଘୋଷଣା କରିଥିବାବେଳେ ଆଉ କିଛି ବୁଝାମଣା ହୋଇପାରେ ବୋଲି ଅନୁମାନ କରାଯାଉଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories