www.samajalive.in
Wednesday, December 10, 2025
26.1 C
Bhubaneswar

ଅନାଦେୟ ୧.୨୦ଲକ୍ଷ କୋଟି ଆଦାୟ ପାଇଁ କସରତ

-ମେ’ ସୁଦ୍ଧା କାର୍ଯ୍ୟକାରୀ ହେବ ‘ଓଟିଏସ ସ୍କିମ୍’, – ବିକ୍ରି କର ଓ ବାଣିଜ୍ୟ କର ବିଭାଗର ସିଂହଭାଗ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ପ୍ରାୟ ୧ଲକ୍ଷ ୨୦ହଜାର କୋଟି ଟଙ୍କାରୁ ଅଧିକ ଟଙ୍କା ଏବେ ବିଭିନ୍ନ ବର୍ଗର ହିତାଧିକାରୀଙ୍କ ଉପରେ ଗଡୁଛି। ବର୍ଷେ କି ଦୁଇବର୍ଷ ନୁହେଁ, କେତେକ ମାମଲା ୧୫ବର୍ଷରୁ ଉର୍ଦ୍ଧ୍ବ ହେଲାଣି ଗଡ଼ି ଚାଲିଛି। ଏବେ ସୁଦ୍ଧା ପ୍ରାୟ ୫ହଜାର ମାମଲା ବିଭିନ୍ନ ନ୍ୟାୟାଳୟରେ ଗଡୁଛି। ଏଥଯୋଗୁଁ ଗୋଟିଏ ପଟେ ମାମଲା ପରିଚାଳନା ଲାଗି ସରକାରଙ୍କୁ ଅଯଥା ଖର୍ଚ୍ଚାନ୍ତ ହେବା ସହିତ ନୟାନ୍ତ ହେବାକୁ ପଡୁଥିବାବେଳେ ଅନ୍ୟପଟେ ମାମଲାର ବୋଝ ଯୋଗୁଁ ରାଜକୋଷ ଶୂନ ହୋଇ ଚାଲିଛି। ଆସନ୍ତା ଆର୍ଥିକ ବର୍ଷରୁ ଏହି ବିପୁଳ ପରିମାଣର ଅନାଦେୟ ଅର୍ଥକୁ ୱାନ୍ ଟାଇମ ସେଟେଲମେଣ୍ଟ(ଓଟିଏସ) ଜରିଆରେ ସମାଧାନ କରି କିଭଳି ଅଧା ଅଧି ଅର୍ଥ ରାଜକୋଷକୁ ଫେରାଇ ଅଣାଯିବ ସେନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଧାନସଭା ବଜେଟ ଅଧୀବେଶନ ପରେ ସରକାରଙ୍କ ପକ୍ଷରୁ ଏନେଇ ପ୍ରକ୍ରିୟା ଜୋରଦାର କରାଯିବ। ମେ’ ସୁଦ୍ଧା ଓଟିଏସ ସ୍କିମ୍ ଅଣାଯିବାକୁ ସରକାରଙ୍କ ଯୋଜନା ରହିଛି ବୋଲି ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ ରାଜ୍ୟରେ ବିକ୍ରି କର(ସେଲ ଟାକ୍ସ), ବାଣିଜ୍ୟ କର (କମର୍ସିଆଲ ଟ୍ୟାକ୍ସ)ବିଭାଗ ସହିତ ଭାଟ ଓ ଅନ୍ୟାନ୍ୟ ଦେୟ ବାବଦକୁ ପ୍ରାୟ ୬୦ହଜାରରୁ ଉର୍ଦ୍ଧ୍ବ କୋଟି ଟଙ୍କାର ବକେୟା ବିଭିନ୍ନ ଲୋକଙ୍କ ଉପରେ ପଡିଛି। ହିତାଧିକାରୀମାନେ ନ୍ୟାୟିକ ମାମଲା ଛନ୍ଦି ଦେଇଥିବାରୁ ସେଲ ଟ୍ୟାକ୍ସ ଓ କମର୍ସିଆଲ ଟ୍ୟାକ୍ସ ପକ୍ଷରୁ ଏନେଇ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇ ପାରୁନାହିଁ। ଯଦି ଓଟିଏସ୍ ସ୍କିମ୍ ଆସିବ ତେବେ ଏଥିରୁ ଅନ୍ତଃତ ୨୫ରୁ ୩୦ ହଜାର କୋଟି ଟଙ୍କା ଆଦାୟ ହୋଇପାରିବ। ସେହିପରି କୃଷି ଓ ଜଳସେଚନ ବିଭାଗର ୧୫ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କାର କର ଓ ଅନ୍ୟାନ୍ୟ କର ବାବଦକୁ ପଡ଼ି ରହିଥିବାବେଳେ ରାଜସ୍ବ ବିଭାଗର ବିଭିନ୍ନ ପ୍ରକାର କର ହିତାଧିକାରୀଙ୍କ ଉପରେ ପ୍ରାୟ ୨୦ହଜାରରୁ ଉର୍ଦ୍ଧ୍ବ କୋଟି ଟଙ୍କା ଗଡୁଛି। ଏହାବାଦ୍ ମୋଟର ଭେହିକିଲ ଆକ୍ଟ ଅନୁଯାୟୀ ପ୍ରତି ଆଞ୍ଚଳିକ ପରିବହନ କେନ୍ଦ୍ର ଓ ଥାନାଗୁଡିକରେ ହଜାର ହଜାର ମାମଲା ଗଡୁଛି। କେତେକ କ୍ଷେତ୍ରରେ ଗାଡି ଖତ ହେବାକୁ ବସିଲାଣି। ଯଦି ଏହିସବୁ ମାମଲାଗୁଡିକୁ ଓଟିଏସ ମାଧ୍ୟମରେ ସମାଧାନ କରାଯିବ ତେବେ ବହୁ ପରିମାଣର ରାଜସ୍ବ ରାଜକୋଷକୁ ଫେରିପାରିବ। ଏହାବାଦ୍ ନଗର ଉନ୍ନୟନ ବିଭାଗ, ଶକ୍ତି ବିଭାଗ ଭଳି ଅନ୍ୟାନ୍ୟ ବିଭାଗରେ ମଧ୍ୟ ୨୦ହଜାରରୁ ଉର୍ଦ୍ଧ୍ବ କୋଟି ଟଙ୍କା ବିଭିନ୍ନ ପ୍ରକାର ମାମଲା ପାଇଁ ଗଡୁଛି।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories