www.samajalive.in
Tuesday, December 9, 2025
15.1 C
Bhubaneswar

ସାମାଜିକ ପରିବର୍ତ୍ତନର ଭିତ୍ତିଭୂମି ଓ ବ୍ୟବସ୍ଥାରେ ପରିବର୍ତ୍ତନ ଆଇନ ଅନୁସାରେ ହେବା ଉଚିତ – ମୋଦୀ

ନୂଆଦିଲ୍ଲୀ: ଆଇନ କାନୁନ୍‍ ସାମାଜିକ ପରିବର୍ତ୍ତନର ଭିତ୍ତିଭୂମି ଓ ବ୍ୟବସ୍ଥାରେ ପରିବର୍ତ୍ତନ ଆଇନ ଅନୁସାରେ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସେ କହିଛନ୍ତି, ଆଇନ ସବୁଠୁ ଊର୍ଦ୍ଧ୍ବରେ ଓ ଭାରତର ଜନସାଧାରଣଙ୍କର ନ୍ୟାୟପାଳିକା ଉପରେ ଦୃଢ଼ ବିଶ୍ୱାସ ରହିଛି। ନୂଆଦିଲ୍ଲୀରେ ସୁପ୍ରିମକୋର୍ଟ ଦ୍ୱାରା ଆୟୋଜିତ ଦୁଇଦିନିଆ ଆନ୍ତର୍ଜାତିକ ନ୍ୟାୟିକ ସମ୍ମିଳନୀରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ସମ୍ପ୍ରତି ଦେଇଥିବା ରାୟର ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ନିଷ୍ପତ୍ତି ନିଆଯିବା ପୂର୍ବରୁ ଅନେକ ବିଚାର ବିମର୍ଶ କରାଯାଇଥିଲା। ଦେଶର ଜନସାଧାରଣ ସୁପ୍ରିମକୋର୍ଟଙ୍କ ରାୟକୁ ପୂର୍ଣ୍ଣ ପ୍ରାଣରେ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସେ କହିଛନ୍ତି, ଭାରତର ନ୍ୟାୟପାଳିକା, ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ପରସ୍ପର ପ୍ରତି ସମ୍ମାନ ପ୍ରଦର୍ଶନ ସହିତ ସମ୍ବିଧାନର ଅସଲ ଉଦ୍ଦେଶ୍ୟକୁ ଆଗକୁ ଆଗେଇ ନେଉଥିବା ଏକ ଗର୍ବର ବିଷୟ। ସେ ପୁଣି କହିଛନ୍ତି, ଜାତିର ଜନକ ମହାତ୍ମାଗାନ୍ଧିଙ୍କ ଜୀବନ ସତ୍ୟ ଓ ସେବା ପ୍ରତି ଉତ୍ସର୍ଗୀକୃତ ଥିଲା, ଯାହା ମଧ୍ୟ ନ୍ୟାୟପାଳିକାର ଭିତ୍ତିଭୂମି। ସୁପ୍ରିମକୋର୍ଟ ପରିବେଶ ଆଇନ ବ୍ୟବସ୍ଥାର ପୁନଃ ସଂଜ୍ଞା ନିର୍ଦ୍ଧାରଣ କରିଥିବାରୁ ଏହାର ପ୍ରଶଂସା କରି ମୋଦୀ କହିଛନ୍ତି, ନ୍ୟାୟପାଳିକା ବିକାଶ ଓ ପରିବେଶ ମଧ୍ୟରେ ଏକ ସନ୍ତୁଳନତା ଆଣିଛି। ସେ କହିଛନ୍ତି, ବିକାଶ ଓ ପରିବେଶର ସୁରକ୍ଷା ଏକ ସଙ୍ଗେ ସମ୍ଭବ ନୁହେଁ ବୋଲି ଦିନେ କୁହାଯାଉଥିବାବେଳେ ବର୍ତ୍ତମାନ ତାହା ସମ୍ଭବ ହୋଇଛି। ଭାରତ ଏହି ଆଭିମୁଖ୍ୟରେ ପରିବର୍ତ୍ତନ ଆଣିଛି ଓ ଦ୍ରୁତ ବିକାଶ ହାସଲ କରିବା ସଙ୍ଗେ ସଙ୍ଗେ ଏହାର ଜଙ୍ଗଲ ଅଞ୍ଚଳ ବୃଦ୍ଧି କରିବାରେ ସମର୍ଥ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ନ୍ୟାୟପାଳିକା ଫଳପ୍ରଦ ନ୍ୟାୟ ପ୍ରଦାନର ଲକ୍ଷ୍ୟ ହାସଲ ପାଇଁ ବୈଷୟିକ ଜ୍ଞାନର ଉପଯୋଗ କରିଛି। ସେ କହିଛନ୍ତି, ସରକାର ପ୍ରତ୍ୟେକ ଅଦାଲତକୁ ‘ଇ-କୋର୍ଟ ସମନ୍ୱିତ ମିଶନ ମୋଡ୍‍ ପ୍ରକଳ୍ପ’ ସହ ସଂଯୋଗ କରିବାକୁ ଉଦ୍ୟମ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ନ୍ୟାୟିକ ତଥ୍ୟ ଗ୍ରୀଡ଼୍‍ ମଧ୍ୟ ନ୍ୟାୟ ପ୍ରଦାନର ପଦ୍ଧତିକୁ ଆହୁରି ସହଜ କରିଦେବ।

- Advertisement -

ସେ କହିଛନ୍ତି, ସରକାର ୧୫ ଶହ ଅପ୍ରାସଙ୍ଗିକ ଆଇନକୁ ଲୋପ କରିଛନ୍ତି ଓ କିନ୍ନରମାନଙ୍କର ଅଧିକାରର ସୁରକ୍ଷା ପାଇଁ ନୂଆ ଆଇନ ଆଣିବା ସହିତ ତିନିବାର ତଲାକ ପ୍ରଥାର ମଧ୍ୟ ଲୋପ କରିଛନ୍ତି। ପୁରୁଷ ଓ ମହିଳାମାନଙ୍କ ପ୍ରତି ସମାନ ନ୍ୟାୟ ପ୍ରଦାନ ବିଷୟ ଉଲ୍ଲେଖ କରି ସେ କହିଛନ୍ତି, ବିଶ୍ୱର କୌଣସି ଦେଶ କିମ୍ବା ସମାଜ ପୁରୁଷ ଓ ମହିଳାମାନଙ୍କୁ ସମାନ ନ୍ୟାୟ ପ୍ରଦାନ ବିନା ପ୍ରକୃତ ବିକାଶ ହାସଲ କରି।ରିବ ନାହିଁ। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନ ବିଚାରପତି ଏସ୍‍.ଏ. ବୋବଡେ କହିଛନ୍ତି, ଦେଶର ସମ୍ବିଧାନ ଏକ ଶକ୍ତିଶାଳୀ ତଥା ସ୍ୱାଧୀନ ନ୍ୟାୟପାଳିକ ସ୍ଥାପନ କରିଛି, ଯାହାକୁ ଦେଶ ସର୍ବଦା ଊର୍ଦ୍ଧ୍ବରେ ରଖିଛି। ଆଇନ ଓ ନ୍ୟାୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଏକ ଗଣତନ୍ତ୍ରରେ ଅସନ୍ତୋଷ ଓ ଲୋକମାନଙ୍କ ଅଭାବ ଅସୁବିଧାର ଦୂରୀକରଣକୁ ସର୍ବଦା ପ୍ରାଧାନ୍ୟ ଦିଆଯିବା ଆବଶ୍ୟକ। କିନ୍ତୁ ଏହା ଯେତେବେଳେ ସାମ୍ବିଧାନିକ ନିୟମର ଲଙ୍ଘନ କରିବ, ସେତେବେଳେ ସମସ୍ୟା ଦେଖାଦେବ। ସେ କହିଛନ୍ତି, ପ୍ରଶାସନ କାର୍ଯ୍ୟକୁ ନିର୍ବାଚିତ ପ୍ରତିନିଧିମାନଙ୍କ ହାତରେ ଛାଡ଼ି ଦିଆଯିବା ଉଚିତ। ପ୍ରସାଦ କହିଛନ୍ତି, ଆତଙ୍କବାଦୀ ଓ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିମାନଙ୍କର ବ୍ୟକ୍ତିଗତ ଗୋପନୀୟତାର ଅଧିକାର ନାହିଁ ଓ ସେହିଭଳି ଲୋକମାନଙ୍କୁ ଏହା ଅପବ୍ୟବହାର କରିବାକୁ ଦିଆଯିବା ଉଚିତ ନୁହେଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories