www.samajalive.in
Sunday, December 7, 2025
18.1 C
Bhubaneswar

ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ବୈଠକ – ଏପ୍ରିଲ ୪ରୁ ନିର୍ମାଣ କାର୍ଯ୍ୟ ଆରମ୍ଭ

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ନିମନ୍ତେ ଗଠିତ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପ୍ରଥମ ବୈଠକ ବୁଧବାର ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି। ବୈଠକରେ ମହନ୍ତ ନିତ୍ୟ ଗୋପାଳ ଦାସଙ୍କୁ ଟ୍ରଷ୍ଟର ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି। ସେହିପରି ଚମ୍ପତ ରାୟ ସମ୍ପାଦକ ଓ ସ୍ବାମୀ ଗୋବିନ୍ଦ ଦେବ ଗିରି କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ମହନ୍ତ ନିତ୍ୟ ଗୋପାଳ ହେଉଛନ୍ତି ରାମ ମନ୍ଦିର ନିର୍ମାଣ ଓ ଅଯୋଧ୍ୟା ଆନ୍ଦୋଳନର ପ୍ରଥମ ସୂତ୍ରଧର। ସୁପ୍ରିମକୋର୍ଟର ବରିଷ୍ଠ ଓକିଲ କେ ପରାସରନଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପୂର୍ବତନ କ୍ୟାବିନେଟ ସଚିବ ନୃପେନ୍ଦ୍ର ମିଶ୍ରଙ୍କୁ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ କରାଯାଇଛି।

ବୈଠକ ପରେ ମିଳିଥିବା ସୂଚନା ଅନୁଯାୟୀ ମନ୍ଦିର ନିର୍ମାଣ ସମ୍ପର୍କରେ ଆଗାମୀ ୧୫ରୁ ୨୦ଦିନ ମଧ୍ୟରେ ନିଷ୍ପତ୍ତି ନିଆଯିବ। ତେବେ ଏପ୍ରିଲ ୪ ଏକାଦଶୀରେ ନିର୍ମାଣ କାମ ଆରମ୍ଭ ହେବାର ସମ୍ଭାବନା ରହିଛି। ମନ୍ଦିର ନିର୍ମାଣ କାମକୁ କିପରି ତ୍ବରାନ୍ବିତ କରାଯିବ ସେସମ୍ପର୍କରେ ଆଲୋଚନା କରାଯାଇଥିଲା। ମନ୍ଦିର ନିର୍ମାଣ ପାଇଁ ଭକ୍ତଙ୍କ ଠାରୁ ଦାନ ଗ୍ରହଣ ଲାଗି ଅଯୋଧ୍ୟାର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ ଏକ ଆକାଉଣ୍ଟ ଖୋଲାଯିବାକୁ ନିଷ୍ପତ୍ତି ହୋଇଥିବା ଚମ୍ପତ ରାୟ ସୂଚନା ଦେଇଛନ୍ତି। ବୈଠକରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବେ ସ୍ବରାଷ୍ଟ୍ର ବିଭାଗ ଅତିରିକ୍ତ ସଚିବ ଜ୍ଞାନେଶ କୁମାର, ଉତ୍ତରପ୍ରଦେଶ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅବିନାଶ ଆୱାସ୍ତି ଓ ଅଯୋଧ୍ୟା ଜିଲାପାଳ ଅଞ୍ଜୁ କୁମାର ଝା ଉପସ୍ଥିତ ରହିଥିଲେ। ଫେବୃଆରୀ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ ସମ୍ପର୍କରେ ସଂସଦରେ ସୂଚନା ଦେଇଥିଲେ। ଟ୍ରଷ୍ଟରେ ମୋଟ ୧୫ଜଣ ସଦସ୍ୟ ରହିବେ। ଏଥିରୁ ୯ଜଣ ସ୍ଥାୟୀ ସଦସ୍ୟ ଓ ୬ଜଣ ମନୋନୀତ ସଦସ୍ୟ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories