ଚୋରି ହୋଇଗଲା ରାଜଧାନୀ ଓ ସମ୍ପର୍କକ୍ରାନ୍ତିର ଡ଼ବା
ନୂଆଦିଲ୍ଲୀ: ଭାରତୀୟ ରେଳବାଇରୁ ପଙ୍ଖା, ଲାଇଟ, ମଗ, ନଳ, ତକିଆ, କମ୍ବଳ ପ୍ରଭୃତି ଚୋରି ହେବାର ନଜିର ରହିଥିଲେ ମଧ୍ୟ ସମ୍ପ୍ରତ୍ତି ରାଜଧାନୀ ଓ ସମ୍ପକ୍ରାନ୍ତି ଟ୍ରେନର ଡବା ଚୋରି ହେବା ରେଳବାଇକୁ ଚକିତ କରିଛି। ଏଭଳି ଘଟଣା ଭାରତୀୟ ଚୋରଙ୍କ ପାରିବାପଣିଆକୁ ପ୍ରମାଣିତ କରୁଛି ଏଥିରେ ସନ୍ଦେହ ନାହିଁ। ଏଭଳି ଘଟଣା ରେଳବାଇ କର୍ତ୍ତୁପକ୍ଷଙ୍କୁ ମଧ୍ୟ ଆଚମ୍ବିତ କରିଛି। ଏହା ପଛରେ କୌଣସି ସୁଚିନ୍ତିତ ଗ୍ୟାଙ୍ଗର ହାତ ଥିବା ରେଳବାଇ ସନ୍ଦେହ କରୁଛି।
ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚିରେ ଏଭଳି ଘଟଣା ଲୋକଲୋଚନକୁ ଆସିଛି। ଭାରତୀୟ ରେଳବାଇର ରାଞ୍ôଚ ଡିଭିଜନ୍ରେ ଏକାଧିକ ପ୍ରିମିୟମ ଟ୍ରେନର କୋଚ୍ ଚୋରି ହୋଇଯାଇଛି। ପରିସ୍ଥିତି ଏପରି ଯେ, ଘଟଣା ଜଣା ପଡ଼ିଲା ପରେ ମଧ୍ୟ ରେଳବାଇ ଏହାର ତଦନ୍ତ ନିର୍ଦେଶ ଦେଇ ନାହିଁ। ରେଳବାଇର ଏଭଳି କ୍ଷତି ଭରଣ କରିବା ନିମନ୍ତେ ସମ୍ପୃକ୍ତ ଟ୍ରେନ ଗୁଡ଼ିକରେ ପୁରୁଣା ଡବା ଖଞ୍ଜା ଯାଉଛି। ଫଳରେ ଯାତ୍ରୀଙ୍କୁ ନାହି ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଭଳି ଘଟଣା ଭାରତୀୟ ରେଳବାଇରେ ପ୍ରଥମ ବୋଲି କେତେକ ବରିଷ୍ଠ ରେଳ କର୍ମଚାରୀ ନିଜ ନାମ ଗୋପନ ରଖିବାର ପ୍ରତିଶ୍ରୁତି ପରେ ପ୍ରକାଶ କରିଛନ୍ତି।