www.samajalive.in
Tuesday, December 9, 2025
23.1 C
Bhubaneswar

ଆଧୁନିକ କୃଷି ବିକାଶକୁ ଦିଆଯିବ ଗୁରୁତ୍ବ: ଅର୍ଥମନ୍ତ୍ରୀ

ଭୁବନେଶ୍ବର : ବ୍ୟାଙ୍କଗୁଡିକୁ କୃଷକାଭିମୁଖୀ କରାଇ ଅଗ୍ରାଧିକାର ଭିତ୍ତିକ କୃଷି ଋଣ ଯୋଗାଇବାକୁ ସରକାର ଆଗାମୀ ବଜେଟରେ ଲକ୍ଷ୍ୟ ରଖିଛନ୍ତି। ୨୦୨୦-୨୦୨୧ ଆର୍ଥିକ ବର୍ଷରେ ଜିଲାୱାରୀ କ୍ଷମତା ସମ୍ବନ୍ଧ ଋଣ ଯୋଜନା (ପିଏଲପି) ଲାଗୁ କରାଯିବ। ନାବାର୍ଡ ପରାମର୍ଶରେ ପ୍ରସ୍ତୁତ ଏହି ଯୋଜନା ମାଧ୍ୟମରେ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକ୍ରମରେ ୪୩ ହଜାର ୨ ଶହ ୮୨ କୋଟି ଟଙ୍କାର ଋଣ କ୍ଷମତା ସୃଷ୍ଟି କରାଯିବ ବୋଲି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି।

ମଙ୍ଗଳବାର କୃଷି ବଜେଟ ଉପସ୍ଥାନ କରି ମନ୍ତ୍ରୀ ଶ୍ରୀ ପୂଜାରୀ ଦର୍ଶାଇଛନ୍ତି ଯେ ସମବାୟ ବ୍ୟାଙ୍କଗୁଡିକ ମାଧ୍ୟମରେ ଆଗାମୀ ଆର୍ଥିକ ବର୍ଷରେ ୧୫ ହଜାର କୋଟି ଟଙ୍କାର କୃଷି ଋଣ ପ୍ରଦାନ କରାଯିବ। ଏଥିପାଇଁ ରାଜ୍ୟ ସରକାର ସମବାୟ ସଂସ୍ଥାଗୁଡିକୁ ଆର୍ଥିକ ସହାୟତା ପାଇଁ ୨୪ କୋଟି ଟଙ୍କା, ସମବାୟ ବ୍ୟାଙ୍କଗୁଡିକୁ ସାଧାରଣ ଅଂଶ ସହାୟତା ପାଇଁ ୪୦ କୋଟି ଟଙ୍କା ଏବଂ ପ୍ରାଥମିକ କୃଷି ସମବାୟ ସମିତି (ପିଏସି)ଗୁଡିକୁ ପୁଞ୍ଜି ଅଂଶ ନିବେଶ ବାବଦ ୭୮ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।

- Advertisement -

ସେହିପରି କାଳିଆ ଯୋଜନା ଅଧୀନରେ କୃଷକଙ୍କୁ ୭୦୫ କୋଟି ଟଙ୍କାର ବିନା ସୁଧରେ ଋଣ ଯୋଗାଇ ଦେବା ନିମନ୍ତେ ସରକାର ପ୍ରସ୍ତାବ ରଖିଛନ୍ତି। କୃଷକଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ଏଥର ରାଜ୍ୟ ସରକାର ପୁରସ୍କାର ପ୍ରଦାନ ଯୋଜନା କରିଛନ୍ତି। ଏଥିକ୍ରମେ ପ୍ରତିବର୍ଷ କୃଷକ, କ୍ଷୁଦ୍ର ଉଦ୍ୟୋଗୀ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକର ଉନ୍ନତି ସାଧନ କ୍ଷେତ୍ରରେ ଶ୍ରେଷ୍ଠ ବ୍ୟାଙ୍କଗୁଡିକୁ ‘ମୁଖ୍ୟମନ୍ତ୍ରୀ ପୁରସ୍କାର’ରେ ପୁରସ୍କୃତ କରାଯିବ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କୃଷକଙ୍କୁ ତ୍ବରିତ ସହାୟତା ଓ ପର୍ଯ୍ୟାପ୍ତ କ୍ଷତି ପୂରଣ ନିମନ୍ତେ ୭ ଶହ କୋଟି ଟଙ୍କା ବୟବରାଦ କରାଯାଇଛି। ଏଥିସହ ବିନା ଋଣରେ କୃଷି କାର୍ଯ୍ୟ କରୁଥିବା ୫ ଲକ୍ଷ ଚାଷୀଙ୍କ ସମେତ ମୋଟ ୨୭ ହଜାର ଚାଷୀଙ୍କୁ ବୀମାଭୁକ୍ତ କରିବାକୁ ସରକାର ଲକ୍ଷ୍ୟ ସ୍ଥିର କରିଛନ୍ତି। ସେହିଭଳି ଓଡ଼ିଶା ମିଲେଟ ମିଶନ ଯୋଜନା ପାଇଁ ୧ ଶହ ୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବାବେଳେ ମତ୍ସ୍ୟଚାଷ ଓ ପଶୁପାଳନ ବଜେଟରେ ୩୫ ପ୍ରତିଶତ ବୃଦ୍ଧି କରାଯାଇଛି। ଏହାବାଦ୍ ଶ୍ବେତ ବିପ୍ଲବରେ ୧୦୦କୋଟି, ମତ୍ସ୍ୟ ଚାଷର ସମନ୍ବିତ ଉନ୍ନୟନ ପାଇଁ ୧୧୬କୋଟି ପଶୁଧନ ସେବା ପାଇଁ ୬୦ କୋଟି, ପଶୁ ଚିକିତ୍ସା ୟୁନିଟ ପାଇଁ ୧୮କୋଟି ଏବଂ ପଶୁ ଓ ଗୋପାଳନ କ୍ଷେତ୍ରରେ ଗବେଷଣା ଓ ବିକାଶକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟ ସରକାର ୧୦ କୋଟି ଟଙ୍କାର ବ୍ୟୟବରାଦ କରିଥିବା ମନ୍ତ୍ରୀ ଶ୍ରୀ ପୂଜାରୀ ଦର୍ଶାଇଛନ୍ତି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories