www.samajalive.in
Sunday, December 7, 2025
26.1 C
Bhubaneswar

ଆରପାରିରେ ଅଭିନେତା ସାଂସଦ ତାପସ ପାଲ,ଜାଣନ୍ତୁ ତାଙ୍କ ଜୀବନୀ ସମ୍ପର୍କରେ…

ମୁମ୍ବଇ: ଅଭିନେତା ତଥା ତୃଣମୂଳ କଂଗ୍ରେସର ପୂର୍ବତନ ସାଂସଦ ତାପସ ପାଲଙ୍କ ୬୧ ବର୍ଷ ବୟସରେ ପରଲୋକ ଘଟିଛି। ହୃଦଘାତ କାରଣରୁ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ମୁମ୍ବଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ସକାଳେ ତାଙ୍କର ପରଲୋକ ହୋଇଛି। ବେଙ୍ଗଲୀ ଫିଲ୍ମ ସମେତ ବଲିଉଡ୍ ଜଗତରେ ସେ ଜଣାଶୁଣା ଅଭିନେତା ଥିଲେ। ତାପସ ପାଲଙ୍କ ପରେ ପରିବାରରେ ତାଙ୍କ ପତ୍ନୀ ଓ ଝିଅ ରହିଛନ୍ତି।

ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସେ ଝିଅଙ୍କୁ ଭେଟିବା ପାଇଁ ମୁମ୍ବାଇ ଆସିଥିଲେ। ସେ କଲକାତା ଫେରିବା ସମୟରେ ବିମାନ ବନ୍ଦରରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେଠାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସକାଳେ ପ୍ରାୟ ୪ଟା ସମୟରେ ସେଠାରେ ତାଙ୍କର ପରଲୋକ ହୋଇଥିଲା। ପୂର୍ବରୁ ତାଙ୍କର ହୃଦଘାତ ଜନିତ ସମସ୍ୟା ଥିଲା ଏବଂ ଗତ ଦୁଇ ବର୍ଷ ହେବ ସେ ଲଗାତାର ଭାବେ ଚିକିତ୍ସାଧୀନ ଅବସ୍ଥାରେ ରହିଥିଲେ।

- Advertisement -

୧୯୫୮ ସେପ୍ଟମ୍ବର ୨୯ରେ ତାପସ ପାଲଙ୍କ ଜନ୍ମ ହୋଇଥିଲା। ମାତ୍ର ୨୨ ବର୍ଷ ବୟସରେ ସେ ଅଭିନୟ ଜଗତରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ‘ଦାଦର କିର୍ତ୍ତି’ ଫିଲ୍ମ ଜରିଆରେ ସେ ଅଭିନୟ ଆରମ୍ଭ କରିଥିଲେ। ୮୦ ଦଶକରେ ଏହି ଫିଲ୍ମ ଲୋକପ୍ରିୟତା ହାସଲ କରିଥିଲା। ଏହା ପରେ ସେ ଆଉ ପଛକୁ ଫେରି ଚାହିଁ ନ ଥିଲେ। ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ସେ ଫ୍ୟାନ୍ସମାନଙ୍କୁ ଭେଟି ଦେଇଥିଲେ। ୧୯୮୦ରେ ସାହେବ, ୧୯୮୪ରେ ପରବତ ପ୍ରିୟା, ୧୯୮୫ରେ ଭାଲେବାସା ଭାଲେବାସା, ୧୯୮୬ରେ ଅନୁରାଗର ଚୋୟାନ ଏବଂ ୧୯୮୬ରେ ଅମର ବନ୍ଧନ ସହିତ ତାଙ୍କର ଅନେକ ହିଟ୍ ଫିଲ୍ମ ରହିଛି। ସାହେବ ଫିଲ୍ମ ପାଇଁ ତାଙ୍କୁ ଫିଲ୍ମ ଫେୟାର ପୁରସ୍କାର ମିଳିଥିଲା। ତାପସ ପାଲ ବଲିଉଡରେ ମଧ୍ୟ ଅନେକ ଫିଲ୍ମରେ ସେ ଅଭିନୟ କରିଛନ୍ତି । ମାଧୁରୀ ଦୀକ୍ଷିତଙ୍କ ସହ ‘ଅବେଧ’ ଫିଲ୍ମରେ ସେ ନଜର ଆସିଛନ୍ତି।

ଏହା ପରେ ସେ ରାଜନୀତିରେ ଯୋଗ ଦେଇଥିଲେ। ୨୦୧୪ ମସିହାରେ ଟିଏମସି ଟିକେଟରୁ କୃଷ୍ଣାନଗର ଆସନରୁ ଲୋକସଭା ନିର୍ବାଚନ ଲଢି ସେ ସାଂସଦ ହୋଇଥିଲେ। କୃଷ୍ଣାନଗରରୁ ଦୁଇ ଥର ସାଂସଦ ଏବଂ ଅଲ୍ଲିପୁରରୁ ଥରେ ବିଧାୟକ ହୋଇଥିଲେ। କିନ୍ତୁ ପରେ ସେ ରୋଜ ଭ୍ୟାଲି ଚିଟଫଣ୍ଡ ଦୁର୍ନୀତି ବିବାଦରେ ଫସି ଯାଇଥିଲେ। ଏହି ମାମଲାରେ ୨୦୧୬ରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ପ୍ରାୟ ୧୩ ମାସ ପରେ ତାଙ୍କୁ ଜାମିନ ମିଳିଥିଲା। ଏହା ପର ଠାରୁ ସେ ଫିଲ୍ମ ଦୁନିଆରୁ ଦୂରେଇ ଯାଇଥିଲେ। ସେବେଠାରୁ ସେ ଚିନ୍ତାରେ ରହୁଥିଲେ ବୋଲି ଶୁଣିବାକୁ ମିଳିଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories