www.samajalive.in
Sunday, December 7, 2025
16.1 C
Bhubaneswar

ଦେଶର ସବୁଠୁ ଲମ୍ବା ସେତୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ

ମୁମ୍ବଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଅଟଳ ବିହାରୀ ବାଜପେୟୀ ସେଓ୍ବାରୀ-ନାଭା ସେବା ଅଟଳ ସେତୁ ଲୋକାର୍ପଣ କରିଛନ୍ତି। ୧୭ହଜାର ୮୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ମୁମ୍ବଇକୁ ନଭି ମୁମ୍ବଇ ସହ ଯୋଡ଼ିବ। ଏହି ୨୧.୮ କିଲୋମିଟର ଦୀର୍ଘ ଓ ୬ ଲେନ୍ ବିଶିଷ୍ଟ ସେତୁ ସମୁଦ୍ର ଉପରେ ୧୬.୫ କିଲୋମିଟର ରହିଥିବା ବେଳେ ସ୍ଥଳପଥରେ ୫.୫ କିଲୋମିଟର ରହିଛି। ଏହା ଦେଶର ସବୁଠାରୁ ଲମ୍ବା ସେତୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ଡିସେମ୍ବର ମାସରେ ଏହି ସେତୁର ଶିଳାନ୍ୟାସ କରିଥିଲେ।

ଏକ ଆକଳନ ଅନୁଯାୟୀ, ଏହି ସେତୁରେ ଦୈନିକ ପ୍ରାୟ ୭୦ ହଜାର ଲୋକ ଯାତାୟତ କରିବେ। ଏଠାରେ ୪୦୦ କ୍ୟାମେରା ଲାଗିବା ସହ ଟ୍ରାଫିକ୍ ଚାପ ବିଷୟରେ ସୂଚନା ସଂଗ୍ରହ କରିବାକୁ ଏଆଇ ଆଧାରିତ ସେନ୍ସର ଲାଗିଛି। ଏହାଦ୍ବାରା ମୁମ୍ବଇରୁ ପୁଣେ, ଗୋଆ ଓ ଦକ୍ଷିଣ ଭାରତର ଯାତ୍ରା ସମୟ ମଧ୍ୟ ହ୍ରାସ ପାଇବ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories