www.samajalive.in
Monday, December 8, 2025
14.1 C
Bhubaneswar

ପରଦାକୁ ଆସିଲା ‘ଲଭ୍‍ ଆଜ୍‍ କଲ୍‍-୨’: କାହାଣୀକୁ ନେଇ ନିରାଶ ଦର୍ଶକ

ମୁମ୍ବଇ: ବଲିଉଡ଼ର ନୂଆ ତଥା ଲୋକପ୍ରିୟ ଯୋଡ଼ି କାର୍ତ୍ତିକ ଆର୍ଯ୍ୟନ୍‍-ସାରା ଅଲୀ ଖାନ୍‍ ଅଭିନୀତ ଚଳଚ୍ଚିତ୍ର ‘ଲଭ୍‍ ଆଜ୍‍ କଲ୍‍-୨’ ଶୁକ୍ରବାର ଭାଲେଣ୍ଟାଇନ୍ସ ଡେ’ ଅବସରରେ ମୁକ୍ତିଲାଭ କରିଛି। ଇମ୍‍ତିଆଜ୍‍ ଅଲୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ମନକୁ ଛୁଇଁବାରେ ବିଫଳ ହୋଇଛି। ମୁକ୍ତିଲାଭ ପରେ ଚଳଚ୍ଚିତ୍ରକୁ ନେଇ ସାମାଜିକ ଗଣମାଧ୍ୟମରେ ଦର୍ଶକଙ୍କର ଅଧିକାଂଶ ନକରାତ୍ମକ ପ୍ରତିକ୍ରିୟା ମିଳୁଥିବା ପରିଲକ୍ଷିତ ହୋଇଛି। ଏପରିକି କେହି କେହି ଚଳଚ୍ଚିତ୍ରକୁ ଫ୍ଲପ୍‍ ବୋଲି ମଧ୍ୟ କହିଛନ୍ତି। ଅପରପକ୍ଷରେ, ଚଳଚ୍ଚିତ୍ରର କାହାଣୀ ଦର୍ଶକଙ୍କୁ ପସନ୍ଦ ଆସିନାହିଁ ସତ, ହେଲେ କାର୍ତ୍ତିକ ଓ ସାରାଙ୍କ ଅଭିନୟକୁ ଲୋକେ ପ୍ରଶଂସା କରିଛନ୍ତି।
ଚଳଚ୍ଚିତ୍ରକୁ ନେଇ ପୂର୍ବରୁ ଲାଗି ରହିଥିବା ଚର୍ଚ୍ଚା ଯୋଗୁଁ ଚଳଚ୍ଚିତ୍ର ପ୍ରଥମ ଦିନରେ ଅତି କମ୍‍ରେ ୧୦ କୋଟି ଟଙ୍କା ଆୟ କରିବ ବୋଲି ପୂର୍ବାନୁମାନ କରାଯାଉଛି। କାରଣ ଅଧିକାଂଶ ସହରରେ ଚଳଚ୍ଚିତ୍ରର ଆଡ୍‍ଭାନ୍ସ ବୁକିଂ ଫୁଲ୍‍ ହୋଇଯାଇଛି।

‘ଲଭ୍‍ ଆଜ୍‍ କଲ୍‍-୨’ରେ କାର୍ତ୍ତିକ ଓ ସାରାଙ୍କ ବ୍ୟତୀତ ଆରୁଷୀ ଶର୍ମା ଓ ରଣଦୀପ ହୁଡ୍ଡାଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି।

- Advertisement -

ସୂଚନାଯୋଗ୍ୟ, ୧୧ ବର୍ଷ ପୂର୍ବେ ପରଦାକୁ ଆସିଥିବା ସୈଫ୍‍ ଅଲୀ ଖାନ୍‍ ଓ ଦୀପିକା ପାଦୁକୋନ୍‍ ଅଭିନୀତ ‘ଲଭ୍‍ ଆଜ୍‍ କଲ୍‍’ର ଏହା ହେଉଛି ସିକ୍ୱେଲ୍‍। ‘ଲଭ୍‍ ଆଜ୍‍ କଲ୍‍’ର ନିର୍ଦ୍ଦେଶନା ମଧ୍ୟ ଇମ୍‍ତିଆଜ୍‍ ଅଲୀ ହିଁ ଦେଇଥିଲେ। ବକ୍ସ ଅଫିସରେ ଏହା ବ୍ଲକ୍‍ବଷ୍ଟର ସାବ୍ୟସ୍ତ ହୋଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories