www.samajalive.in
Sunday, December 7, 2025
26.1 C
Bhubaneswar

ଚିନି ନା ଗୁଡ଼ ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ କିଏ ? ଜାଣନ୍ତୁ……

ନିତିଦିନିଆ ଜୀବନରେ ଚିନି ଏକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ। ସକାଳେ ଚା’ ପିଇବା ବହୁ ଲୋକଙ୍କ ଅଭ୍ୟାସ। ଚା’ରେ ପ୍ରତିଦିନ ନିହାତି ୧ ଚାମଚ ଚିନିର ବ୍ୟବହାର କରାଯାଏ। ଅନ୍ୟାନ୍ୟ ମିଠା ଦ୍ରବ୍ୟ ପ୍ରସ୍ତୁତିରେ ମଧ୍ୟ ଚିନି ଅଧିକ ପରିମାଣରେ ବ୍ୟବହାର କରାଯାଏ। ମାତ୍ର ଚିନି ବଦଳରେ ଗୁଡ଼ର ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଅଧିକ ହିତକାରକ। ଗୁଡ଼ରେ ମିଠା ଅଂଶ ରହିଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇନଥାଏ। ଜାଣନ୍ତୁ ଏହା ବିଷୟରେ…….
– ଥଣ୍ଡା ସମୟରେ ଗୁଣ୍ଡର ସେବନ କରିବା ଦ୍ୱାରା ଏହା ସ୍ୱାସ୍ଥ୍ୟକୁ ଉଷ୍ଣ ରଖିଥାଏ।
– ଖାଦ୍ୟ ଖାଇବା ପରେ ଗୁଡ଼ ଖାଇବା ଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ।
– ଗୁଡ଼ ହାଡ଼କୁ ଶକ୍ତ ହେବାରେ ସାହାଯ୍ୟ କରିଥାଏ।
– ଗୁଡ଼ରେ ଏପରି ପୋଷକ ତତ୍ତ୍ୱ ରହିଛି ଯାହା ହୃଦୟ ଜନିତ ବହୁ ସମସ୍ୟାକୁ ଶରୀର ଠାରୁ ଦୂରେଇ ରଖିଥାଏ।
– ଗୁଡ଼ ଗ୍ୟାସଟିକ ଦୂର କରିଥାଏ।
– ଏହା ଆଇରନ ଅଭାବକୁ ଦୂର କରିଥାଏ।
– ମଧୁମେହ ରୋଗୀ ମଧ୍ୟ ଗୁଡ଼ର ସେବନ କରିପାରିବେ।
– ଯେଉଁମାନେ ଓଜନ ହ୍ରାସ ପାଇଁ ଇଚ୍ଛୁକ ସେମାନେ ଚିନି ବଦଳରେ ଗୁଡ଼ର ବ୍ୟବହାର କରିପାରିବେ।
– ଚା’ରେ ମଧ୍ୟ ଆପଣ ଚିନି ବଦଳରେ ଗୁଡ଼ର ବ୍ୟବହାର କରିପାରିବେ।
– ଖିରୀ ପ୍ରସ୍ତୁତରେ ଚିନି ବଦଳରେ ଗୁଡ଼ ବ୍ୟବହାର କରିପାରିବେ।
– ଗୁଡ଼ ସେବନ କରିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ରହିଥାଏ।
– ଏହା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ।
ସତେଜ ଗୁଡ଼ ଅପେକ୍ଷା ଗୁଡ଼ କିଛି ଦିନ ରହିବା ପରେ ଏହାକୁ ସେବନ କଲେ ଏହା ସ୍ୱାସ୍ଥ୍ୟ ପାଇଁ ଅଧିକ ଉପକାରୀ ବୋଲି କୁହାଯାଏ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories