www.samajalive.in
Monday, December 15, 2025
16.1 C
Bhubaneswar

ଶୁଣିଲାନି ପ୍ରଶାସନ : ନିଜସ୍ବ ଉଦ୍ୟମରେ ୫ କିମି ରାସ୍ତା ନିର୍ମାଣ କରୁଛନ୍ତି ଟୁରିସେମେଲ ଗ୍ରାମବାସୀ

କଳାହାଣ୍ଡି : ହାତରେ ଖଣତି ଓ କୋଦାଳ , ମୁଣ୍ଡରେ ଝୋଡି ଧରି ସକାଳୁ ସକାଳୁ ଶହ ଶହ ମହିଳା ପୁରୁଷ ବାହାରିଛନ୍ତି ଶ୍ରମ ଦାନ କରି । କାରଣ ଦୀର୍ଘ ଦିନ ହେଲା ପ୍ରଶାସନ ଶୁଣିଲା ନାହିଁ । ତେଣୁ ପ୍ରଶାସନକୁ ଅପେକ୍ଷା ନ କରି ଗ୍ରାମବାସୀ ୫ କିମି ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏ ହେଲା କଳାହାଣ୍ଡି ଜିଲା ଆଦିବାସୀ ଅଧୁଷିତ ମାଓପ୍ରବଣ ଲାଞ୍ଜିଗଡ଼ ବ୍ଲକ ମାଲିଜୁବାଙ୍ଗ ପଞ୍ଚାୟତ ଟୁରିସେମେଲ ଗାଁ । ଗାଁରେ ପ୍ରାୟ ୫୦ ଘର ଓ ୨୫୦ ଜନସଂଖ୍ୟା। ହେଲେ ଗାଁକୁ ରାସ୍ତା ନାହିଁ। ଫଳରେ ଗ୍ରାମବାସୀ ଦୀର୍ଘ ଦିନ ହେଲା ନିର୍ବାଚିତ ପ୍ରତିନିଧି ଠାରୁ ଜିଲ୍ଲା ପ୍ରଶାସନକୁ ଗୁହାରୀ କରି ସଫଳ ନ ହେବାରୁ ନିଜେ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ନେଇ ଆରମ୍ଭ କରିଛନ୍ତି ରାସ୍ତାକାମ। ପରିବାରରୁ ଜଣେ ସଦସ୍ୟ ଦୈନିକ ଶ୍ରମଦାନ କରି ପ୍ରାୟ ୫ କିମି ପାହାଡ କାଟି ରାସ୍ତା ନିର୍ମାଣ କରିବେ ଏବଂ ପୁଇଗୁଡା ଗ୍ରାମ ପର୍ଯ୍ୟନ୍ତ ରାସ୍ତା ସଂଯୋଗ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।
ଗ୍ରାମବାସୀ ମଧ୍ୟରୁ ଏହି ଶ୍ରମଦାନରେ ଭାଗ ନେଉ ନ ଥିବା ପରିବାରକୁ ଦୈନିକ ୧୦୦ ଟଙ୍କା ଜୋରିମାନା ବ୍ୟବସ୍ଥା କରିଛନ୍ତି ଏବଂ ଆଶା ରଖିଛନ୍ତି ୩ ମାସ ମଧ୍ୟରେ ଏହି ରାସ୍ତା ସମ୍ପୂର୍ଣ୍ଣ କରିବେ ବୋଲି। ଏହି ରାସ୍ତା ନିର୍ମାଣ ହେଲେ ରୋଗୀଙ୍କୁ ଆଉ ଭାରରେ ବୋହିବାକୁ ପଡିବ ନାହିଁ ନା ପାଠ ପଢା ପାଇଁ ଛାତ୍ରଛାତ୍ରୀ ରାସ୍ତା ନ ଥବାରୁ ବଞ୍ଚିତ ରହିବେ ନାହିଁ। ଗ୍ରାମବାସୀଙ୍କ ଏଭଳି ଶ୍ରମଦାନରେ ରାସ୍ତା ନର୍ମାଣ ଅନ୍ୟ ଅଞ୍ଚଳମାନଙ୍କ ପାଇଁ ପ୍ରେରଣା ସାଜିଛି। ସ୍ବାଧୀନତା ଦିର୍ଘ ବର୍ଷ ପରେବି ଲାଞ୍ଜିଗଡ ଅଞ୍ଚଳବାସୀ ବିକାଶର ଆଲୋକ ଆଜି ପର୍ଯ୍ୟନ୍ତ ଦେଖିପାରି ନାହାନ୍ତି । ଶେଷରେ ଗ୍ରାମବାସୀ ଦେଢ ମାସରୁ ଅଧିକ ହେବ ରାସ୍ତା ନିର୍ମାଣ କାର୍ଯ୍ୟରେ ଲାଗିପଡିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories