ଶ୍ରୀନଗର : ଆସନ୍ତା ମାର୍ଚ୍ଚରେ ଜାମ୍ମୁ-କାଶ୍ମୀରରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଗୁରୁବାର ଜାମ୍ମୁ-କାଶ୍ମୀର ମୁଖ୍ୟ ନିର୍ବାଚନ ଅଧିକାରୀ ଶୈଳେନ୍ଦ୍ର କୁମାରଙ୍କ ଘୋଷଣା ଅନୁଯାୟୀ ମାର୍ଚ୍ଚ ୫, ୭, ୯, ୧୨, ୧୪, ୧୬, ୧୮ ଓ ୨୦ ତାରିଖ ୮ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପ୍ରକ୍ରିୟା ପାଇଁ ଫେବୃଆରୀ ୧୫ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପ୍ରଶାସନ ପ୍ରଥମ କରି ବଡ ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛି। କାରଣ ପଞ୍ଚାୟତ ନିର୍ବାଚନ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ବଡ ଆହ୍ବାନ। ସେହିପରି ରାଜ୍ୟର ତିନି ପୂର୍ବତନ ମୁଖ୍ୟମନ୍ତ୍ରୀ ଏବେ ଅଟକ ରହିଛନ୍ତି। କୁମାର କହିଛନ୍ତି ଯେ ପ୍ରତ୍ୟେକ ବ୍ଲକରେ ବାଲାଟ ପେପର ମାଧ୍ୟମରେ ଏହି ନିର୍ବାଚନ ଅନୁଷ୍ଠିତ ହେବ।
Popular Categories



