www.samajalive.in
Friday, December 12, 2025
19.1 C
Bhubaneswar

ଓଡିଆ ଆଇଏଏସ୍ ଅଫିସର ଦେବାଶିଷ ପଣ୍ଡା କେନ୍ଦ୍ର ଅର୍ଥ ସଚିବ ନିଯୁକ୍ତ

ନୂଆଦିଲ୍ଲୀ(ପିଟିଆଇ): ବରିଷ୍ଠ ଓଡିଆ ଆଇଏଏସ୍ ଅଫିସର ଦେବାଶିଷ ପଣ୍ଡା ଗୁରୁବାର ଭାରତ ସରକାରଙ୍କ ନୂଆ ଅର୍ଥ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। କାର୍ମିକ ବିଭାଗର ନିର୍ଦେଶନାମା ଅନୁଯାୟୀ, ୧୯୮୭ ବ୍ୟାଚ ଉତ୍ତରପ୍ରଦେଶ କ୍ୟାଡର ଆଇଏଏସ୍ ଅଫିସର ପଣ୍ଡାଙ୍କ ନିଯୁକ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ କମିଟି ଅନୁମୋଦନ କରିଛି। ସମ୍ପ୍ରତି ଅର୍ଥ ସଚିବ ଥିବା ରାଜୀବ କୁମାର ଚଳିତ ମାସ ଶେଷରେ ଅବସର ଗ୍ରହଣ କରିବେ। ଅନ୍ୟପକ୍ଷରେ କ୍ୟାବିନେଟ କମିଟି ନିଷ୍ପତ୍ତି ଅନୁଯାୟୀ, ପୱନ କୁମାର ଅଗ୍ରୱାଲଙ୍କୁ ଖାଉଟି ବ୍ୟାପାର ସଚିବ, ସରସ୍ବତୀ ପ୍ରସାଦଙ୍କୁ ଅନୁସୂଚିତ ଜନଜାତି ଜାତୀୟ କମିସନର ସଚିବ, ଉଷା ଶର୍ମାଙ୍କୁ ଯୁବ ବ୍ୟାପାର ସଚିବ, ରାଜୀବ କୁମାରଙ୍କୁ ପ୍ରତିରକ୍ଷା ଉତ୍ପାଦନ ବିଭାଗ ସଚିବ ଓ ରାଜୀବ ରଞ୍ଜନଙ୍କୁ ମତ୍ସ୍ୟ ସମ୍ପଦ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories