www.samajalive.in
Friday, December 12, 2025
19.1 C
Bhubaneswar

ସରକାରୀ ଚାକିରିଆଙ୍କୁ ୧୦% ବକେୟା ଭତ୍ତା : ରାଜକୋଷ ଉପରେ ପଡ଼ିବ ୬୫୦କୋଟିର ବୋଝ

ଭୁବନେଶ୍ବର : ଦୀର୍ଘଦିନ ପରେ ରାଜ୍ୟ ସରକାର ସରକାରୀ ଚାକିରିଆଙ୍କୁ ଖୁସି କରିବାପାଇଁ ୧୦ପ୍ରତିଶତ ବକେୟା ଭତ୍ତା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଗୁରୁବାର ସବୁ ବିଭାଗୀୟ ମୁଖ୍ୟ ଜିଲାପାଳଙ୍କୁ ପତ୍ର ଲେଖି ସରକାରୀ କର୍ମଚାରୀଙ୍କୁ ତାଙ୍କର ବକେୟା ବାବଦ ୬୦ପ୍ରତିଶତରୁ ୧୦ପ୍ରତିଶତ ଅର୍ଥ ଦେବାକୁ ନିର୍ଦେଶ ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ୧୦ ସୁଦ୍ଧା ବକେୟା ଅର୍ଥ ଦେବାକୁ ଶ୍ରୀ ମୀନା ପତ୍ରରେ ଦର୍ଶାଇଛନ୍ତି। ଇତିମଧ୍ୟରେ କେତେକ କର୍ମଚାରୀ ଅବସର ନେଇଥିବା ବେଳେ ଆଉ କେତେକ ମୃତ୍ୟୁମୁଖରେ ପଡିଲେଣି। କେବେ ସରକାର ତାଙ୍କ ପ୍ରତିଶ୍ରୁତି ପୂରଣ କରିବେ ଏବଂ ପ୍ରାପ୍ୟ ମିଳିବ ସେନେଇ କର୍ମଚାରୀ ଓ ତାଙ୍କ ପରିବାର ଚାହିଁ ବସିଛନ୍ତି।
କର୍ମଚାରୀମାନଙ୍କ ଅଭିଯୋଗ ଅନୁଯାୟୀ ଜାନୁଆରୀ ୨୦୧୬ରୁ ୨୦୧୭ ଅଗଷ୍ଟ ପର୍ଯ୍ୟନ୍ତ ସରକାରୀ ଚାକିରିଅାମାନେ ସେମାନଙ୍କ ବକେୟା ପ୍ରାପ୍ୟ ମଧ୍ୟରୁ ୪୦ପ୍ରତିଶତ ପାଇଛନ୍ତି। ଏବାବଦକୁ ସରକାର ପ୍ରାୟ ଅଢ଼େଇ ହଜାର କୋଟି ଟଙ୍କା କର୍ମଚାରୀଙ୍କୁ ଦେଇଛନ୍ତି। ତେବେ ସେମାନଙ୍କ ଅବଶିଷ୍ଟ ୬୦ପ୍ରତିଶତ ବକେୟା ପ୍ରାପ୍ୟ ପାଇଁ ଆଉ ୩୭୦୦କୋଟିରୁ ଅଧିକ ଟଙ୍କା ଆବଶ୍ୟକ ପଡିଥିଲା। ଏନେଇ ସରକାର ଚଳିତ ବଜେଟରେ ମଧ୍ୟ ବ୍ୟବସ୍ଥା କରିଥିଲେ। ହେଲେ ବଜେଟ ଥିବାରୁ ସରକାର ଆଜି କର୍ମଚାରୀଙ୍କ ପାଇଁ ୧୦ପ୍ରତିଶତ ବକେୟା ଅର୍ଥ ଦେବାକୁ ନିର୍ଦେଶ ଜାରି କରିଛନ୍ତି। ଏହା କର୍ମଚାରୀଙ୍କୁ ଖୁସି କରିପାରିବ ନାହିଁ ବୋଲି ବହୁ କର୍ମଚାରୀ ଓ ଅଧିକାରୀ ତାଙ୍କର ଅସନ୍ତୋଷରେ ବ୍ୟକ୍ତ କରିଛନ୍ତି। ତେବେ ସରକାର ଯେଉଁ ୧୦ପ୍ରତିଶତ ବକେୟା ଅର୍ଥ ଦେବାକୁ ଯାଉଛନ୍ତି ଏଥିପାଇଁ ୬୫୦କୋଟିରୁ ଅଧିକ ଟଙ୍କାର ବୋଝ ପଡିବ। ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମହଙ୍ଗା ଭତ୍ତା ୨୦୧୯ରେ ସବୁ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କୁ ମିଳିଛି। ରାଜ୍ୟ ସରକାର ୫ପ୍ରତିଶତ ମହଙ୍ଗା ଭତ୍ତା ଦେବାକୁ ରହିଥିଲେ ହେଁ ତାହା ଦିଆଯାଉନାହିଁ। ଏହାକୁ ନେଇ କର୍ମଚାରୀଙ୍କ ମନରେ ଅସ‌େ‌ନ୍ତାଷ ଦେଖାଦେଇଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories