୯୨୨ଲକ୍ଷ ଲୋକଙ୍କ ଡିଏନ୍ଏ‌ ତଥ୍ୟ ଚୋରି

0

ନୂଆଦିଲ୍ଲୀ: ପ୍ରଯୁକ୍ତି ଯେତେ ଆଗକୁ ଯାଉଛି ମାନବ ସୁରକ୍ଷା ସେତେ ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ ହୋଇ ପଡ଼ୁଛି। ବିଶ୍ୱର ବିଭିନ୍ନ ୱେବସାଇଟରୁ ତଥ୍ୟ ଚୋରି ଘଟଣା ବାରମ୍ବାର ଶୁଣିବାକୁ ମିଳୁଥିବାବେଳେ ସମ୍ପ୍ରତ୍ତି ତଥ୍ୟ ସହିତ ଡିଏନଏ ମଧ୍ୟ ଚୋରି ହୋଇଥିବା ଖବର ସମଗ୍ର ବିଶ୍ୱବାସୀଙ୍କୁ ଚକିତ କରିଦେଇଛି।
୨୦୦୩ରେ ଇସ୍ରାଏଲ ନିର୍ମିତ “ମାଇ ହେରିଟେଜ’ ନାମକ ଏକ ୱେବସାଇଟ ତା’ର ଉପଭୋକ୍ତାଙ୍କୁ ଫ୍ୟାମିଲି ଟ୍ରି ନିର୍ମାଣ କରିବାର ସୁଯୋଗ ଦିଏ। ସମ୍ପ୍ରତ୍ତି ଉକ୍ତ ୱେବସାଇଟର ସୁରକ୍ଷା ବିଶେଷଜ୍ଞଙ୍କୁ ସୋମବାର ଜଣେ ହ୍ୟାକର ଇ-ମେଲରେ ଉକ୍ତ ସଂସ୍ଥାର ଉପଭୋକ୍ତାଙ୍କ ତଥ୍ୟ ମେଲ କରିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଛି। ପ୍ରତିବଦଳରେ ଦାବି ପୂରଣ ନକଲେ ଉକ୍ତ ହ୍ୟାକର ଏହି ତଥ୍ୟକୁ ଅପବ୍ୟବହାର କରିବାର ଧମକ ମଧ୍ୟ ଦେଇଛି।
“ମାଇ ହେରିଟେଜ’ରେ ଜଣେ ଉପଭୋକ୍ତା ନିଜ ପରିବାରବର୍ଗଙ୍କ ତଥ୍ୟାବଳୀକୁ ସଂରକ୍ଷିତ କରିବାର ବ୍ୟବସ୍ଥା ରହିଛି। ଜଣେ ନିଜ ପରିବାରର ବଂଶଗତ ଓ ବୃତ୍ତିଗତ ତଥ୍ୟକୁ ଏଠାରେ ସ୍ଥାନିତ କରିବାର ବ୍ୟବସ୍ଥା ରହିଛି। ଏପରିକି ଉପଭୋକ୍ତାଙ୍କ ଆଗ୍ରହ କ୍ରମେ ୱେବସାଇଟରେ ତାଙ୍କ ଡିଏନଏର ଯାଞ୍ଚ କରି ସମଗ୍ର ବିଶ୍ୱରେ ଏହି ଡିଏନଏର ଆଉ କେଉଁ କେଉଁ ବ୍ୟକ୍ତି ରହିଛନ୍ତି ଓ ସେମାନଙ୍କ ସହ ଏହି ପରିବାରର କ’ଣ ରହିଛି ସମ୍ପର୍କ ତାହା ମଧ୍ୟ ୱେବସାଇଟ ଉପସ୍ଥାପିତ କରିଥାଏ। ନିକଟରେ ଏହି ୱେବସାଇଟ ଏତେ ମାତ୍ରାରେ ଲୋକପ୍ରିୟତା ଅର୍ଜନ କରିଥିଲା ଯେ, ଏହାର ଉପଭୋକ୍ତା ସଂଖ୍ୟା ୯୬ମିଲିୟନରେ ଯାଇ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୪ଲକ୍ଷ ଉପଭୋକ୍ତା ସେମାନଙ୍କ ଡିଏନଏର ଯାଞ୍ଚ କରି ଏହାକୁ ୱେବସାଇଟରେ ସ୍ଥାନିତ କରିଛନ୍ତି।
୨୦୧୭ଅକ୍ଟୋବର ୨୬ରେ ଯେଉଁ ଉପଭୋକ୍ତାମାନେ ଏହି ୱେବସାଇଟରେ ଲଗ୍ଇ‌ନ୍‍ କରିଥିଲେ ସେମାନଙ୍କ ସମସ୍ତ ତଥ୍ୟ ଏହି ହ୍ୟାକର ଚୋରି କରିଥିବା ଜଣାପଡ଼ିଛି।
“ମାଇ ହେରିଟେଜ’ ପକ୍ଷରୁ ସ୍ୱତନ୍ତ୍ର ବିଶେଷଜ୍ଞଙ୍କୁ ଏଭଳି ଚୋରି ରୋକିବା ପାଇଁ ନିୟୋଜିତ କରିଛି। ଉପଭୋକ୍ତାଙ୍କ ସେମାନଙ୍କ ପାସୱାର୍ଡ଼ ବଦଳାଇ ଦେବାକୁ ଅନୁରୋଧ କରାଯାଇଛି। ତେବେ ପ୍ରଶ୍ନ ଉଠୁଛି ଯେଉଁ ଉପଭୋକ୍ତାଙ୍କ ଡିଏନଏ ହ୍ୟାକ ହୋଇଛି ସେମାନଙ୍କୁ ୱେବସାଇଟ ସୁରକ୍ଷା ଦେବ କିପରି?

Leave A Reply