www.samajalive.in
Sunday, December 7, 2025
14.1 C
Bhubaneswar

ଏସ୍‌ପିଙ୍କୁ ଭେଟି ନ ପାରିବାରୁ ନିଜ ଦେହରେ ନିଆଁ ଲଗାଇଲେ ବିଜେଡ଼ି ନେତ୍ରୀ

ବ୍ରହ୍ମପୁର: ଏସ୍‌ପିଙ୍କୁ ଭେଟି ନ ପାରିବାରୁ ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ର ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ୪୦ରୁ ଊର୍ଦ୍ଧ୍ବ ଅଂଶ ପୋଡିଯାଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ବ୍ରହ୍ମପୁର ପଣ୍ଡା କଲୋନୀର ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ର ଆଜି(ବୁଧବାର) ମଧ୍ୟାହ୍ନରେ ନିଜ ଅଭିଯୋଗ ଜଣାଇବାକୁ ବ୍ରହ୍ମପୁର ଏସ୍‌ପିଙ୍କୁ ଦେଖା କରିବାକୁ ଯାଇଥିଲେ। ହେଲେ ଏସ୍‌ପି ବ୍ୟସ୍ତ ଥିବାରୁ ମିନାକ୍ଷୀ ଅତିରିକ୍ତ ଏସ୍‌ପିଙ୍କୁ ଦେଖା କରିଥିଲେ। ହେଲେ ଏଥିରେ ସେ ଅସନ୍ତୁଷ୍ଟ ହୋଇ ଏସ୍‌ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଇଥିଲେ। ସେଠାରେ ଉପସ୍ଥିତ ପୁଲିସ କର୍ମଚାରୀ ମିନାକ୍ଷୀଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯିବ ବୋଲି ଏସପି ପିନାକ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, କିଛିଦିନ ତଳେ ମିନାକ୍ଷୀ ଓ ତାଙ୍କ ପୁଅ ରାଜାକୁ କିଛି ଦୁର୍ବୃତ୍ତ ଖଣ୍ଡାରେ ଆକ୍ରମଣ କରିଥିଲେ। ଏହି ମାମଲାରେ ପୁଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ରାଜାକୁ ମଧ୍ୟ ଗିରଫ କରିଥିଲା। ତେବେ ତାଙ୍କ ପୁଅ ରାଜାକୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଛି ବୋଲି ମିନାକ୍ଷୀ ଅଭିଯୋଗ କରିଥିଲେ। ନ୍ୟାୟ ନ ମିଳିଲେ ଅତ୍ମାହୁତି ଦେବେ ବୋଲି ପୁଲିସକୁ ଚେତାବନୀ ଦେଇଥିଲେ।

ଅପର ପକ୍ଷରେ, ସେ ବିଜେଡ଼ି ନେତ୍ରୀ ହୋଇଥିବାରୁ ଏମକେସିଜିରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ଓ ବହୁ ବିଜେଡ଼ି ନେତା ଜମା ହୋଇଛନ୍ତି। ଏସ୍‌ପିଙ୍କ ସମେତ ବ୍ରହ୍ମପୁର ଜିଲାର ପୁଲିସ ଅଧିକାରୀମାନେ ଉପସ୍ଥିତ ଅଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories