www.samajalive.in
Sunday, December 14, 2025
19.1 C
Bhubaneswar

ଶାହିନବାଗରେ ୪ ମାସର ଶିଶୁ ମୃତ୍ୟୁ ଘଟଣା; କେନ୍ଦ୍ର ଓ ଦିଲ୍ଲୀ ସରକାରକୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଶାହିନବାଗରେ ଚାଲିଥିବା ଆନ୍ଦୋଳନ ସମୟରେ ଜଣେ ୪ମାସର ଶିଶୁର ମୃତ୍ୟୁ ଘଟିଥିଲା। ଏହି ଘଟଣା ବିଷୟରେ ସୁପ୍ରିମକୋର୍ଟ ଅବଗତ ହେବା ପରେ ଏହାର ଶୁଣାଣି କରିଛନ୍ତି। ସୋମବାର ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

ଶୁଣାଣି ସମୟରେ ସୁପ୍ରିମକୋର୍ଟ ଆବେଦନକାରୀଙ୍କ ଓକିଲଙ୍କୁ ପ୍ରଶ୍ନ କରିଥିଲେ ଯେ, ଶିଶୁର ମୃତ୍ୟୁ ପାଇଁ ସରକାର କିପରି ଦାୟୀ ହେବେ ? କୋର୍ଟ ଓକିଲଙ୍କୁ ଆହୁରି ପ୍ରଶ୍ନ କରିଥିଲେ ଯେ, ୪ ମାସର ପିଲା କ’ଣ ଏଭଳି ବିକ୍ଷୋଭ ପ୍ରଦର୍ଶନରେ ଅଂଶଗ୍ରହଣ କରିପାରିବ ? ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ୪ ମାସର ଶିଶୁକୁ ବିକ୍ଷୋଭ ସ୍ଥଳକୁ ନେଇ ଯିବା ଉଚିତ ନ ଥିଲା। ଅନ୍ୟପଟେ ଆନ୍ଦୋଳନରେ ସାମିଲ ହୋଇଥିବା ପିଲାମାନଙ୍କୁ ସେମାନଙ୍କ ସ୍କୁଲରେ ‘ପାକିସ୍ତାନୀ’ ଏବଂ ‘ରାଷ୍ଟ୍ର ବିରୋଧୀ’ କୁହାଯାଉଥିବା ନେଇ ଆବେଦନକାରୀଙ୍କ ଓକିଲ କହିଥିଲେ। ଏହା ଉପରେ ସୁପ୍ରିମକୋର୍ଟ ଦୁଃଖପ୍ରକାଶ କରିଥିଲେ। ସମ୍ପୂର୍ଣ୍ଣ ଘଟଣାରେ ଜବାବ ଦେବା ଲାଗି ପ୍ରଧାନ ବିଚାରପତି ଏସ. ଏ. ବୋବଡେ, ବିଚାରପତି. ବି.ଆର. ଗୱଇ ଏବଂ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଶାହିନବାଗରେ ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିବା ଏକ ଦମ୍ପତି ନିଜର ଏହି ୪ ମାସର ଶିଶୁକୁ ଧରି ଧାରଣା ଦେଇଥିଲେ। ପ୍ରବଳ ଥଣ୍ଡା ଯୋଗୁ ଶିଶୁଟି ଅସୁସ୍ଥ ହୋଇପଡ଼ିଥିଲା। ତା’କୁ ହସ୍ପପିଟାଲରେ ଭର୍ତ୍ତି କରାଯାଇଥିଲା।​‌ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଥିଲା।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories